ଡ଼ିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା କମିଟିର ମାଟି ଅନୁକୂଳ
ଭୁବନେଶ୍ୱର, : ସୁନିଆଁ, ବାମନ ଜନ୍ମ ଅବସରରେ ମଙ୍ଗଳବାର ପ୍ରାତଃ ୮ଘଟିକା ଅମୃତ ବେଳାଠାରୁ ୧୦ ଘଟିକା ମଧ୍ୟରେ ମାଟି ଅନୁକୂଳ ହୋଇଯାଇଛି । ଡ଼ିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା ମଣ୍ଡପ ପଡ଼ିଆସ୍ଥ ମା’ ଜୟଦୁର୍ଗା ମନ୍ଦିରରୁ ୮ଘଟିକା ୫ମିନିଟ୍ରୁ ବାହାରି କୁଆଖାଇ ନଦୀରୁ କର୍ତ୍ତାକର୍ତ୍ତୀ ପୁଲିନ୍ ବିହାରୀ ଦାସ ଓ କଳ୍ପନା ଦାସ ମୃତ୍ତିକା ନଦୀଗର୍ଭରୁ ବୁଡ଼ ପକାଇ ମାଟି ଧାରଣ କରି ଆଣିଥିଲେ । ସେଠାରେ ପୂଜା କାର୍ଯ୍ୟ ସହିତ ଯଜ୍ଞ କରାଯାଇଥିଲା । ଉକ୍ତ ହୋମ ଯଜ୍ଞ ଓ ଭୋଗ ବିତରଣ ପରେ ମା’ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ମାଟି ପିଣ୍ଡୁଳାକୁ ପାଲିଙ୍କିରେ ଅଣାଯାଇଥିଲା । ବାଜା, ତୂରୀ, ଘଣ୍ଟା ଓ ଶଙ୍ଖ ନାଦରେ କୁଆଖାଇ ନଦୀ ଉତ୍ସବ ମୁଖର ହୋଇ ଉଠିଥିଲା । କମିଟିର ସଭାପତି ବିଶ୍ୱନାଥ ମହାନ୍ତି, ସମ୍ପାଦକ ଶ୍ରୀଧର ଦାଶ, ଦିଲ୍ଲୀପ ପ୍ରହରାଜ, ହରିହର ଖୁଣ୍ଟିଆ, ରେବତୀ ପ୍ରମୁଖ ସମସ୍ତ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।