ଡ଼. ଅବଦୁଲ କାଲାମ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ସ୍ୱନକ୍ଷତ୍ର ଦିବସ

ପେ।ଲସରା : ଭାରତ ବର୍ଷ ଭଳି ଏକ ଜନକଲ୍ୟାଣ ରାଷ୍ଟ୍ରର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ସରକାରୀ, ବେସରକାରୀ ତଥା ସାମାଜିକ ସ୍ତରରେ ଉଦ୍ୟମ ହେବା ଅ।ବଶ୍ୟକ ବେ।ଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଶାରଦ ପ୍ରଫେସର ଡ଼ା. ପିସି ସାହୁ ମତ ପ୍ରକାଶ କରିଛନ୍ତି । ପେ।ଲସରା ବ୍ଲକ ଛକସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଅ।ୟେ।ଜିତ ନବଗଠିତ ଭାରତ ବର୍ଷର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ଼. ଅବଦୁଲ କାଲାମଙ୍କ ନାମରେ ନାମିତ ବରିଷ୍ଠ ନାଗରିକ ସଂଘର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ଉଦଘାଟକ ଭାବେ ଯେ।ଗଦେଇ ଡ଼ା. ସାହୁ ଉପରେ।କ୍ତ ମନ୍ତବ୍ୟ ପ୍ରଦାନ କରିବା ସହ ସଂଘର ଉତ୍ତରେ।ତ୍ତର ଉନ୍ନତି କାମନା କରିଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଯେ।ଗଦେଇ ବରିଷ୍ଠ ନାଗରିକମାନେ ଅ।ଧ୍ୟାତ୍ମିକ ଜୀବନକୁ ଅ।ଦରି ନେଲେ ସୁଖ ଶାନ୍ତି ଲାଭ କରିପାରିବେ ବେ।ଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ରାଷ୍ଟ୍ରୀୟ ସାମ୍ବାଦିକ ସଂଘର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ଦେଶରେ ବର୍ତ୍ତମାନ ୧୫ କେ।ଟିରୁ ଅଧିକ ବରିଷ୍ଠ ନାଗରିକ ଥିବା ବେଳେ ସେମାନଙ୍କ ସୁରକ୍ଷା, ନିରାପତ୍ତା ସବୁ ସ୍ତରରେ ଅ।ବଶ୍ୟକ ବେ।ଲି କହିଥିଲେ ଏବଂ ବିଶେଷକରି ଗ୍ରାମାଞ୍ଚଳରେ ଥିବା ବରିଷ୍ଠ ନାଗରିକଙ୍କ ସମସ୍ୟା ଅତି ଉତ୍କଟ ହେ।ଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତି ବ୍ଲକରେ ଜରାନିବାସ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରେ।ପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପେ।ଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ବରିଷ୍ଠ ନାଗରିକଙ୍କ ସମସ୍ୟା ପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଦିଅ ।ଯିବ ବେ ।ଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପେ।ଲସରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଉଦବେ।ଧନ ଦେଇଥିଲେ । ସମ୍ପାଦକ ସୀମାଞ୍ଚଳ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସମ୍ପାଦକ କାଳୁଚରଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିପ୍ର ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅ।ୟେ।ଜିତ ସାଂସ୍କୃତିକ କାଯର୍‌ୟକ୍ରମରେ ଓଡ଼ିଶୀ ନୃତ୍ୟଗୁରୁ ଅଙ୍ଗଦ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରିୟଙ୍କା ରାଣୀ ସାହୁ ସଂଗୀତ ଗାନ କରିବା ସହ ଓଡ଼ିଶୀ ନୃତ୍ୟ ପରିବେଣ କରିଥିଲେ । ଅଞ୍ଚଳର ପ୍ରାୟ ୩୦୦ ବରିଷ୍ଠ ନାଗରିକ ଯେ।ଗ ଦେଇଥିଲେ । ପରେ ଅଞ୍ଚଳରେ ସ୍ଥାନୀୟ ଲେ।କଙ୍କ ମନରେ ଉତ୍ସାହ ଓ ଅ।ନନ୍ଦ ଦେଖାଦେଇ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯେ।ଗ ମିଳିଛି । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ସଂଘର ପ୍ରତିଷ୍ଠାତା ସଭାପତି ବୃନ୍ଦାବନ ବେହେରା, ଅଭିମନ୍ୟୁ ସାହୁ, ପଞ୍ଚାନନ ବେହେରାଙ୍କୁ ମୁଖ୍ୟଅତିଥି ସାହୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ