ଢ଼େଙ୍କାରୁ ୨କେଜି ୪୦୦ଗ୍ରାମ ଗଞ୍ଜେଇ ଜବଦ, ଜଣେ ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ସକାଳେ ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ଗ୍ରାମରୁ ୨କେଜି ୪୦୦ଗ୍ରାମ ଗଞ୍ଜେଇ ଜବଦ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ଢ଼େଙ୍କାର ବିଜନ ନାୟକ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ଚୋରା ଗଞ୍ଜେଇ ବେପାର କରିଆସୁଥବବା ନେଇ ଅବକାରୀ ବିଭାଗ ସୁଚନା ପାଇଥିଲା । ଗତକାଲି ତା ନିକଟରେ ବହୁତ ପରିମାଣର ଗଞ୍ଜେଇ ପହଞ୍ଚିଥିବା ଖବର ପାଇ ଆଜି ସକାଳୁ ସକାଳୁ କେନ୍ଦୁଝର ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲାର ଭ୍ରାମ୍ୟମାଣ ଅବକାରୀ ଟିମ ସହିତ ଝୁମ୍ପୁରା, ଚମ୍ପୁଆ ଓ ଆନନ୍ଦପୁର ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ତାଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉବେଳେ ତାଙ୍କ ଘରେ ଗଞ୍ଜେଇ ମିଳୂି ନଥିବାବେଳେ ନିକଟସ୍ଥ ଏକ ମନ୍ଦିର ନିକଟରେ ତବବା ଏକ ଗଛବୁଦା ଭିତରୁ ୨କେଜି ୪୦୦ଗ୍ରାମ ଗଞ୍ଜେଇ ଜବଦ କରିଥିଲେ । ଏହି ଗଞ୍ଜେଇକୁ ସେ ସେଠାରେ ଲୁଚାଇ ରଖିଥିବା ଅବକାରୀ ବିଭାଗ ସୁଚନା ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ବିଜନ ନାୟକକୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି


