ଢ଼େଙ୍କା ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକର ଢ଼େଙ୍କା ବୀରଭଦ୍ରପୁର ଶାସନ ଇଲେଭେନ ଷ୍ଟାର ପକ୍ଷରୁ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ କପୁଣ୍ଡି ଓ ବରାଙ୍ଗ ମଧ୍ୟରେ କରାଯାଇଥିଲା । ବରାଙ୍ଗ ଏକାଦଶ ୫ଓଭରରେ ୪୬ରନ ସଂଗ୍ରହ କରିଥିବାବେଳେ କପୁଣ୍ଡି ଏକାଦଶ ୫ଓଭରରେ ୪୭ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରସିସି କେଶବ ଚରଣ କର ଯୋଗଦେଇ ବିଜେତା ଟିମକୁ ପୁରଷ୍କୃତ କରିଥିଲେ । ଏଥିରେ ସୁରେଶ କର, କ୍ରୀଷ୍ଣା ତ୍ରିପାଠୀ, ସୁଶାନ୍ତ ସେଠୀ, ରବିନ୍ଦ୍ର ତ୍ରିପାଠୀ, ମାନସ କର, ଦିପ୍ତୀମୟ କର, ଦେବଦତ୍ତ କର, ଦିପକ ସେଠୀ, ରଶ୍ମୀରଞ୍ଜନ କର, ମନୋଜ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ