ଢ଼େଙ୍କା ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଢ଼େଙ୍କା ହାଇସ୍କୁଲର ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସରପଞ୍ଚ ସୁବାସିନି ସେଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଢ଼େଙ୍କା ପଞ୍ଚାୟତକୁ ଏକ ବିକଶିତ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବା ସହିତ ଦେଶପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ଜୟଗାନ କରିଥିଲେ । ଏଥିରେ ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ସମସ୍ତ ୱାର୍ଡସଭ୍ୟସଭ୍ୟା , ସମାଜସେବୀ ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ଅବସରୀପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ଦାଶ, ନାରାୟଣ ଚନ୍ଦ୍ର କର, ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଢ଼େଙ୍କା ହୋମିଓ ପ୍ୟାଥିକ ଡାକ୍ତର, ଢ଼େଙ୍କା ପଞ୍ଚାୟତ ମିଶନ ଶକ୍ତିର ସମସ୍ତ ସଦସ୍ୟାମାନେ ଯୋଗଦେଇଥିଲେ । ପିଇଓ ସୁରେଶ ସେଠୀ, ଜିଆରଏସ ପ୍ରଫୁଲ ମାଝୀକାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ