ଢ଼େଙ୍କା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ
ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଢ଼େଙ୍କା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସହିଦ ବୀର ଯବାନ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମିନତୀ ଜେନାଙ୍କ ଆହ୍ୱାନ କ୍ରମେ ଢ଼େଙ୍କା ଉଚ୍ଚବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ଗଲୱାନ ଘାଟିରେ ସହିଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏଥିରେ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲ, ଜିଆରଏସ ପ୍ରଫୁଲ ମାଝୀ, ୱାର୍ଡସଭ୍ୟ ସୁନିଲ କୁମାର ମଣ୍ଡଳ, ମହିଳା ସ୍ୱାସ୍ଥ୍ୟକର୍ମୀ ସୁକାନ୍ତୀ ଜେନା, ଆଶାକର୍ମୀ ଶ୍ରୀମତୀ ଦାସ, କୌଶଲ୍ୟା ବେହେରା, ପୁଲିସ କର୍ମଚାରୀ ଶଶିଭୂଷଣ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବୀର ଯବାନଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଏକ ମହମବତୀ ଶୋଭାଯାତ୍ରା କରାଯିବା ସହିତ ମାନବ ଜାତି ଏବେ କରୋନା ସହ ଯୁଦ୍ଧ କରୁଥିବା ସମୟରେ ଚିନ୍ର ଏପରି ହୀନ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା ।