ୟଙ୍ଗ ୧୧କ୍ଲବ ତରଫରୁ ଟେନିସ ବଲ ଟୁର୍ନାମେଣ୍ଟ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ୟଙ୍ଗ ୧୧କ୍ଲବ ତରଫରୁ ସ୍ଥାନୀୟ ନକଟିଗୁଡା, ଭବାନୀପାଟଣା ଠାରେ ଚାଲିଥିବା ୧୦/୧୦ ଓଭର ବିଶିଷ୍ଟ ଟେନିସ ବଲ ଟୁର୍ନାମେଣ୍ଟ ର ପ୍ରଥମ ସେମି ଫାଇନାଲ ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳ ର ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ ( ବାପି ) ଯୋଗଦେଇ ସମସ୍ତ ଖେଳାଳି ତଥା ଆୟୋଜକ ବୃନ୍ଦ ମାନଙ୍କୁ ଉତ୍ସIହିତ କରିଥିଲେ I ଟୁର୍ନାମେଣ୍ଟ ରେ ସର୍ବମୋଟ ୧୬ ଗୋଟି ଟିମ ଯୋଗ ଦେଇଥିବା ବେଳେ ଆଜିର ମ୍ୟାଚ ରେ ଆୟୋଜକ କାରୀ ଟିମ ( ୟଙ୍ଗ ୧୧) ବିରୋଧୀ ରିଜର୍ଭ ଟିମ କୁ ହରାଇ ଫାଇନାଲ କୁ ପ୍ରବେଶ କରିଥିଲେ I ସମାଜସେବୀ ଶ୍ରୀଯୁକ୍ତ ହିମାଂଶୁ ନାଏକଙ୍କୁ ଆୟୋଜକ କମିଟି ତରଫରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ଆୟୋଜକ ମଣ୍ଡଳୀ ତରଫରୁ ସାଧୁ ତାଣ୍ଡି, ବିଜୟ ତାଣ୍ଡି, ସିଲୁ,ରଶ୍ମି ରଞ୍ଜନ ବାଗ, ସାଗର, କାନ୍ହୁ, ତିରି, ଭୀରୁ, ଭାଗ୍ୟ, ପୁଷ୍ପରାଜ, ଶ୍ୟାମ, ବରୁଣ, ଆକାଶ, ନିହାର, ଅମନ, ସଞ୍ଜୟ, ଶିବୁ ପ୍ରମୁଖ ମ୍ୟାଚ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ I


