ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡ ଦେଲେ ଏସଆଇଟି
ବହୁ ଚର୍ଚ୍ଚିତ ଗୋଧରା ମାମଲାର ରାୟ ଶୁଣାଇଛନ୍ତି ଏସଆଇଟିର ସ୍ୱତନ୍ତ୍ର ଅଦାଲତ । ୨୦୦୨ରେ ଗୋଧରା ଟ୍ରେନ ପୋଡି ମାମଲାରେ ଅହମଦାବାଦର ଏସଆଇଟିର ସ୍ୱତନ୍ତ୍ର ଅଦାଳତ ଘଟାଣର ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କରାଦଣ୍ଡାଦେଶ ଦେଇଛନ୍ତି ।
ଗତ ଜାନୁଆରୀରେ ମାସରେ ଗୋଧରା ଟ୍ରେନ ପୋଡି ମାମଲାରେ ଅଭିଯୁକ୍ତ ୟାକୁବକୁ ଗୁଜରାଟ ପୋଲିସ ୧୬ ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଥିଲା । ୬୪ ବର୍ଷିୟ ୟାକୁବ ପଟାଲିଆକୁ ଏହି ମାମଲାର ତଦନ୍ତ କରୁଥିବା ଏସଆଇଟିକୁ ଦିଆଯାଇଥିଲା ।
ପୋଲିସର ଜଣେ ଅଧିକାରୀଙ୍କ ଅନୁସାରେ ଗୋଧରା ଟ୍ରେନ ପୋଡିରେ ୟାକୁବର ସମ୍ପୃକ୍ତି ଥିବା ଜଣାପଡିବା ପରେ କାର୍ୟ୍ୟାନୁଷ୍ଠାନ କରାଯାଇଥିଲା ଏବଂ ତାକୁ ଗିରଫ କରାଯାଇଥିଲା । ୨୭ ଫେବ୍ରୁଆରୀ ୨୦୦୨ ମସିହାରେ ଗୋଦରା ଠାରେ ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଇଥିବା ଭିଡରେ ୟାକୁବ ସାମିଲ ଥିଲା । ଏହି ଲୋମହର୍ଷଣକାରୀ ଘଟଣାରେ ୫୯ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ।
ୟାକୁବ ବିରୋଧରେ ସେପ୍ଟେମ୍ୱର, ୨୦୦୨ମସିହାରେ ଏଫଆଇଆର ରୁଜୁ ହୋଇଥିଲା । ଗରିଫ ପରେ ୟାକୁବ ଉପରେ ୩୦୭ ( ହତ୍ୟା ଉଦ୍ୟମ) ସହିତ ବିଭିନ୍ନ ଆଇପିସି ଧାରାରେ ମୁକଦମା ରୁଜ କରାଯାଇଥିଲା । ଏଫଆଇଆର ରୁଜୁ କରାଯିବା ପରେ ସେ ଫେରାର ହୋଇ ରହିଥିଲା । ଏହି ମାମଲାରେ ୟାକୁବର ଭାଇ ପଟିଆଲାରେ ୨୦୧୫ରେ ଗରିଫ କରାଯାଇଥିଲା କିନ୍ତୁ ମମଲାର ଶୁଣାଣି ସମୟରେ ଜେଲେରେ ତାର ମୃତ୍ୟୁ ହୋଇଯାଇଥିଲା ।
ସୂଚନାଯୋଗ୍ୟ ଯେ ୨୦୧୭ ଅକ୍ଟୋବରରେ ହାଇକୋର୍ଟ ଏଙି ମାମଲାରେ ୧୧ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରୁ ଆଜୀବନ ଜେଲ ଦଣ୍ଡରୁ ପରବର୍ତ୍ତନ କରାଯାଇଥିଲା । ଏହା ସହ ଅନ୍ୟ ୨୦ ଜଣଙ୍କ ଉପରେ ଆଜୀନ କରାଦଣ୍ଡାଦେଶ ଉପରେ ମୋହର ମାରିଥିଲେ କୋର୍ଟ ।