‘ୟା ଅଲ୍ଲି ଜିମନାଷ୍ଟିକ କ୍ଲବ’ପକ୍ଷରୁ ଜିଲ୍ଲାସ୍ତରୀୟ ବଡି ବିଲଡିଂ ଚମ୍ପିଆନସିପ
ବାଲେଶ୍ୱର, (ସରୋଜ ପଣ୍ଡା):ୟା ଅଲି ଜିମନାଷ୍ଟିକ କ୍ଲବର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉପଲକ୍ଷେ ଜିଲାସ୍ତରୀୟ ବଡି ବିଲଡିଂ ଚମ୍ପିଆନସିପ ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଉଦ୍ୟୋଗପତି ସୁଧାସିନ୍ଧୁ ପଣ୍ଡାଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାକ୍ରୀଡ଼ା ସଂଘର ସହ ସମ୍ପାଦକ ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା, କାଉନସିଲର ନୌସାଦ ଅଲି ଓ ଶେଖ ଆୟୁବ, କ୍ରୀଡା ସଂଘର ଉପ-ସଭାପତି ବସନ୍ତ କୁମାର ମହାନ୍ତି, ସମାଜସେବୀ ସାହିରୁଲ ହକ୍, କ୍ଲବର ବରିଷ୍ଠ ସଭ୍ୟ ଶେଖ ସାହିଦ୍ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବର ସମ୍ପାଦକ ଆଇନଜୀବୀ ମୀର ଅବଦୁଲ ମାଜିଦ, ଉପ-ସଭାପତି ଶେଖ ଅଫସରୁଦ୍ଦିନ, ସହ-ସମ୍ପାଦକ ମହମ୍ମଦ ଜାଭେଦ, କୋଷାଧ୍ୟକ୍ଷ ସାଦିକ ଅଲ୍ଲୀ ଖାଁଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ଦତ୍ତ, ଶେଖ ନାସିରୁଦ୍ଦିନ, ଶେଖ ମେହେରାଜ, ଶେଖ ସାହିରୁଦ୍ଦିନ ଅହେମ୍ମଦ, ଶେଖ ସାମ୍ସୁଦ୍ଦିନ୍ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାର ୫ ବର୍ଗରେୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଭେଟେରାନ୍ ବଡି ବିଲଡର ତରୁଣ ଚାଟାର୍ଜୀଙ୍କ ସମେତ ମହମ୍ମଦ ସୌକତ ଅଲ୍ଲୀ, ଶେଖ ରଫିକ ଅହମ୍ମଦ, ଜାହାଙ୍ଗୀର ଅଲ୍ଲୀ ଖାଁ, ଶେଖ ମୁସ୍ତାକ, ଶେଖ ଭୋଲା ପ୍ରମୁଖ ଏଥିରେ ବିଚାରକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଶ୍ରେଷ୍ଠ ପ୍ରତିଯୋଗୀ ଏଥିରେ ପୁରସ୍କୃତ କରାଯାଇଥିଲା । ୫୫ କେଜି ବର୍ଗରେ ଦୀପକ କୁମାର ସାହୁ, ୫୫ରୁ୬୦ କେଜି ବର୍ଗରେ ଜ୍ୟୋତି ରଞ୍ଜନ ବାରିକ, ୬୦-୬୫ କେଜି ବର୍ଗରେ ସୁର ମୁର୍ମୁ, ୬୫ରୁ ଉର୍ଦ୍ଧ୍ୱ କେଜି ବର୍ଗରେ ଜିତେନ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀ ଜିତେନ ବାରିକଙ୍କୁ ଏହି ପ୍ରତିଯୋଗିତାର ଚମ୍ପିଆନ ଘୋଷିତ କରାଯାଇଥିଲା । ସେହିପରି ମେନ ଫିଜିକ୍ ପ୍ରତିଯୋଗିତାର ଦୁଇଟି ବର୍ଗରେ ସାହାନୱାଜ୍ କାଦ୍ରି ଓ ସବିର ହୋସେନ ଚମ୍ପିଆନ୍ ହୋଇଥିଲେ । ଶେଷରେ ୫୦ବର୍ଷରୁ ଊର୍ଦ୍ଧ୍ୱ ବଡି ବିଲଡରମାନଙ୍କ ସୋ’ ଅନୁଷ୍ଠିତ ହୋଇଥିଲା ।


