ୟୁଏସ୍ଆଇ ସଂଗଠନକୁ ତିନି ପ୍ରକାର ପନିପରିବା ବିହନ ପ୍ରଦାନ
ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ):ଓଡ଼ିଶା ୟୁଏସ୍ଆଇ ସଂଗଠନ ବିଭିନ୍ନ ସମୟରେ ଓ ପ୍ରତି ମାସରେ ବିଭିନ୍ନ ପ୍ରକାରର ସମାଜ କଲ୍ୟାଣରେ ଦୀର୍ଘ ବର୍ଷରୁ କାର୍ଯ୍ୟ କରାଯାଇଆସୁଛି |ଚାରା ରୋପଣ,ପିଲାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ,ଗ୍ରୀଷ୍ମକାଳୀନ ଜଳଛତ୍ର ସହ ବିଭିନ୍ନ ପ୍ରକାରର ସରବତ ବଣ୍ଟନ ଏବଂ ପ୍ରତି ମାସରେ ୧୦ ଚାଷୀଙ୍କୁ ଉତ୍ତରୀୟ,ଗଛ ସହ ବିଭିନ୍ନ ପ୍ରକାରର ପନିପରିବା ବିହନ ବଣ୍ଟନ କରାଯାଇଆସୁଛି |ଏସବୁ ଖବରକାଗଜରେ ପ୍ରକାଶିତ ହେଲା ପରେ ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ସହୃଦୟ ଯୁବକ କୁନାଲ ଦାସ ୟୁଏସ୍ଆଇ ସଂଗଠନ ର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କୁ ଝୁଡଙ୍ଗ,ବାଇଗଣ,ଫୁଲକୋବି,ଭେଣ୍ଡି ,ବିଲାତି ଓ ଶାଗ ବିହନ ପ୍ରଦାନ କରିଛନ୍ତି |ୟୁଏସ୍ଆଇ ସଂଗଠନର ପ୍ରତିଷ୍ଠାତା ଅଖିଳ କୁମାର ସାହୁ,ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ଡଃ ରଶ୍ମିରେଖା ସାହୁ (ମ୍ୟାନେଜିଂ ଟ୍ରଷ୍ଟି),ଅତୁଲବାଲା ପ୍ରମୁଖ,ୟୁଏସ୍ଆଇ ର ଆବାହକ ପ୍ରତୀକ୍ଷା ମିଶ୍ର,ମୟୂରଭଞ୍ଜ ଜିଲ୍ଲା ୟୁଏସ୍ଆଇ ସଂଯୋଜିକା ପିଙ୍କି ଶତପଥୀ,ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଆନନ୍ଦ ବିନ୍ଧାଣୀ,ସମାଜସେବୀ କିଶୋର କୁମାର ବେହେରା,ଏବଂ ପ୍ରଶ୍ନ କୁମାର ଶତପଥୀ ତାଙ୍କୁ ଅପ୍ରମିତ ସାଧୁବାଦ ଜଣାଇବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି |