ୟୁଏ ଏନ ଏସ ଡବ୍ଲୁ ସିଡନି ସହ ମଣିପାଲ ର ଐତିହାସିକ ଅନୁବନ୍ଧନ
ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ବିନିମୟ ପାଇଁ ଭାରତର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଣିପାଲ ଏକାଡେମି ଅଫ ହାୟର ଏଜୁକେଶନ (ଏମଏଏଚଇ ) ମଣିପାଲ ୟୁଏଏନଏସଡବ୍ଲୁ ସିଡନି ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହ ୟୁଏଏନଏସଡବ୍ଲୁ ପକ୍ଷରୁ ଏହାର ଭାରତରେ ହେବାକୁ ଥିବା ନିବେଶ ଓ ସହଭାଗୀତାର ଶୁଭାରମ୍ଭ କରାଯାଇଛି । ୟୁଏଏନଏସଡବ୍ଲୁ ର ପ୍ରୋଭାଇସ ଚାନସେଲର ଲରି ପିଅରସେ ଏବଂ ଏମଏଏଚଇ ର କୂଳପତି ଡ. ଏଚ ବିନୋଦ ଭଟ୍ଟଙ୍କ ମଧ୍ୟରେ ଅଗଷ୍ଟ ୨ ରେ ହୋଇଥିବା ଚୁକ୍ତି ମୁତାବକ ଉଭୟ ପକ୍ଷରୁ ଛାତ୍ର ବିନିମୟ ସହ ଯୌଥ ଗବେଷଣା ପାଇଁ ଏକ ନୂତନ ସିଡ ଫଣ୍ଡିଙ୍ଗ ଯୋଜନାର ଘୋଷଣା କରାଯାଇଛି । ଏଥିପାଇଁ ୨୦୨୫ ମସିହା ମଧ୍ୟରେ ୫ ନିୟୁତ ଅଷ୍ଟ୍ରେଲିଆନ ଡଲାରର ବିନିଯୋଗ ପାଇଁ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ୨୦୧୯ ମସିହାରେ ପ୍ରଥମ ବର୍ଷ ପାଇଁ ୨୦,୦୦୦ ଡଲାର ମୂଲ୍ୟର ୧୦ଟି ସିଡ ଫଣ୍ଡିଙ୍ଗ ଦିଆଯିବ । ଏଥିପାଇଁ ଆବେଦନ ପତ୍ର ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଉପଲବ୍ଧ ହେବ । ଲରି ପିଅରସେ କହିଛନ୍ତି, “ମଣିପାଲ ସହ ଏହି ସହବନ୍ଧନ ବିଶ୍ୱସ୍ତରିୟ ଡିଗ୍ରୀ ପାଇଁ ଏକ ମାଇଲଖୁଂଟ ସଦୃଶ । ଏହି ସହଭାଗୀତା ଛାତ୍ର ଛାତ୍ରୀ ଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ବନାଇବା ସହ ଏହାକୁ ସାକାର କରିବା ପାଇଁ ସହୟତା କରିବ । ଏହି ଚୁକ୍ତି ଅନୁସାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଭାବ ବିନିମୟର ସୁଯୋଗ ଦିଆଯିବ । ଏହାଛଡା ଏଥିରେ ସ୍ନାତକ ଓ ସ୍ନାତକତୋର ଶିକ୍ଷାରେ ଡୁଆଲ ଡିଗ୍ରୀ ପ୍ରଦାନ କରାଯିବ । ଅଧୁନା ଏମଏଏଚଇର ଯୋଗ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ତୃତୀୟ ବର୍ଷର ଶିକ୍ଷା ଇଂଜିନିୟରିଂ ଏବଂ ବିଜ୍ଞାନର ସ୍ନାତକ ଶିକ୍ଷା ସମୟରେ ୟୁଏଏନଏସଡବ୍ଲୁ ଠାରେ ପଢିବାକୁ ସୁଯୋଗ ଦିଆଯାଉଛ ିା ଏମଏଏଚଇର କୂଳପତି ଡ. ଭଟ୍ଟ ଙ୍କ ମତରେ ଏହି ସହଭାଗୀତା ଦୁଇ ଅନୁଷ୍ଠାନର ଶିକ୍ଷା ଓ ଗବେଷଣାରେ ପରିବର୍ତନ ଆଣି ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କକୁ ସୁଦୃଢ କରିପାରିବ । ଶିକ୍ଷକ ବିନିମୟ କାର୍ଯ୍ୟକ୍ରମରେ ଉଭୟ ପକ୍ଷରୁ ନିର୍ଦ୍ଧିଷ୍ଟ ସମୟ ପାଇଁ ମନୋନିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ପାଇଁ ପଠାଯିବ ।