ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ସିନେମା ହଲ ଛକସ୍ଥିତ ୟୁକୋ ବ୍ୟାଙ୍କ ଶାଖାର ୮୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ୟାଙ୍କ ଶାଖାକୁ ଫୁଲ ହାର ଓ ବେଲୁନ୍‌ରେ ସୁସଜ୍ଜିତ କରା ଯାଇଥିଲା । ଶାଖା ପରିଚାଳକ ସୁନୀଲ କୁମାର ମଣିହୀରା କେକ୍ କାଟି ଉତ୍ସବକୁ ଉଦ୍‌ଘାଟନ କରି ଗ୍ରାହକ ମାନେ ବ୍ୟାଙ୍କର ସର୍ବସ୍ୱ ବୋଲି କହିଥିଲେ । ଏହି ଅବସରରେ ଗ୍ରାହକ ମାନଙ୍କୁ କ୍ୟାଲେଣ୍ଡର, ଡାଏରୀ, ପେନ, ଖାଦ୍ୟ ପୁଡ଼ିଆ, ଚକୋଲେଟ ଆଦି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସହକାରୀ ଶାଖା ପରିଚାଳିକା ମାନସୀ ସାହୁ, କିରାଣୀ ରାଜପ୍ରକାଶ ଟୁଡୁ, କ୍ୟାସିୟର ତରୁଣ ଶୂନ୍ୟକାନ୍ତ ବେହେରା, ବ୍ୟାଙ୍କ ମିତ୍ର ମୀନାରାଣୀ ଜେନା, କର୍ମଚାରୀ କରୁଣାକର ସୁତାର, ରଘୁନାଥ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ