ୟୁକ୍ରେନକୁ ମିଳିବାକୁ ଯାଉଛି ଏହି ଘାତକ ଅସ୍ତ୍ର : ଋଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନ ସେନାର ଜୋରଦାର ପ୍ରସ୍ତୁତି
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ୟୁକ୍ରେନ ଉପରେ ଋଷର ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗୋଟିଏ ପଟେ ଋଷସେନା ଆକ୍ରମଣରେ ୟୁକ୍ରେନରେ ଅନେକ ସହର ଏବେ ଧଂସ ସ୍ତୁପରେ ପରିଣତ ହେବାକୁ ଯାଉଥିବା ବେଳେ ୟୁକ୍ରେନକୁ ବଳ ଯୋଗାଇଛି ଆମେରିକା । ଆମେରିକା ତରଫରୁ ୟୁକ୍ରେନ ସେନାକୁ ସହାୟତା ଦେବାକୁ ସ୍ୱିଚବ୍ଲେଡ ଡ୍ରୋନ୍ସ ଯୋଗାଇ ଦେବ ବୋଲି ଜଣାପଡିଛି । ଏହି ଡ୍ରୋନ ସହାୟତାରେ ୟୁକ୍ରେନ ସେନା ଋଷ ସେନାର ଟ୍ୟାଙ୍କ, ଯୁଦ୍ଧ ବାହନ, ବଙ୍କର ଓ ସିଧାସଳଖ ଋଷସେନା ଉପରେ ବି ଆକ୍ରମଣ କରିପାରିବ । ଏହି ସ୍ୱିଚବ୍ଲେଡ ଡ୍ରୋନ କେବଳ ଶତ୍ରୁ ଟ୍ୟାଙ୍କ ଓ ବଙ୍କର ପାଖରେ ପହଂଚି ବିସ୍ଫୋରଣ ଘଟାଇବ ନାହିଁ ବରଂ ସେନା କ୍ୟାମ୍ପରେ ପଶି ଯବାନ ମାନଙ୍କ୍ୁ ଆକ୍ରମଣ କରିବାର କ୍ଷମତା ରଖିଛି । ଜଣେ ଆମେରିକା ଅଧିକାରୀ ନିଜ ନାମକୁ ଗୋପନ ରଖି ‘ୟୁରୋ ନ୍ୟୁଜ’ କୁ କହିଛନ୍ତି କି, ଆମେରିକା ତରଫରୁ ୟୁକ୍ରେନକୁ ୧୦୦ ଟି ସ୍ୱିଚବ୍ଲେଡ ଡ୍ରୋନ ଯୋଗାଇ ଦେବ । ଏହି ଡ୍ରୋନ ଏକ ଛୋଟ ଆତ୍ମଘାତି ବୋମା ବର୍ଷକ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଏହି ଡ୍ରୋନ ଟ୍ୟାଙ୍କର କିମ୍ବା ଅନ୍ୟ କୌଣସି ସ୍ଥାନରେ ଆଘାତ ପାଇଲେ ଭୟଙ୍କର ବିସ୍ଫୋରଣ କରିବ । ଏହି ସ୍ୱିଚବ୍ଲେଡ ଡ୍ରୋନ ରିମୋର୍ଟ ଦ୍ୱାରା କଣ୍ଟ୍ରୋଲ କରାଯାଇପାରୁଥିବା ଏକ ଛୋଟ ବୋମା ଓ ଏହାକୁ ସହଜରେ ଯେକୌଣସି ସ୍ଥାନରେ ଫିଟ କରାଯାଇପାରେ । ଅନ୍ୟପଟେ ଏହି ଡ୍ରୋନରେ ଲାଗିଥିବା କ୍ୟାମେରା ସହାୟତାରେ ଶତ୍ରୁ ପକ୍ଷ କେଉଁଠି ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ଲୁଚାଇ ରଖିଛି ତାହା ସହଜରେ ଜାଣିହେବ । ଜଙ୍ଗଲ ମଧ୍ୟରେ ବି ଯଦି ଶତ୍ରୁ ଲୁଚିଥାଏ ତେବେ ଏହି ଡ୍ରୋନ ସହାୟତାରେ ତାଙ୍କୁ ଠାବ କରାଯାଇ ତାଙ୍କ ଉପରେ ଆକ୍ରମଣ କରାଯାଇ ପାରିବାର କ୍ଷମତା ଏହି ଡ୍ରୋନ ନିକଟରେ ରହିଛି । ଏହି ଡ୍ରୋନ ୧୦ କିଲୋମିଟର ଲକ୍ଷ ଭେଦ କରି ଶତ୍ରୁ ଉପରେ ଆକ୍ରମଣ କରିପାରେ । ଏହର ସର୍ବାଧିକ ଓଡାଣ ସମୟ ୧୫ ମିନିଟ ରହିଛି । ଏହାସହ ଏହି ଡ୍ରୋନ ଅତି ସହଜରେ ୧୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଓଡାଣ ଭରିପାରେ ।


