ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା 

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ୟୁକ୍ରେନରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଯୁଦ୍ଧ ସଂକ୍ରାନ୍ତ ଘଟଣାର ରିପୋର୍ଟ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା କିଭ୍ ପୋଲିସ ପକ୍ଷରୁ କୁହାଯାଇଛି । ଇରପିନଠାରେ ଭିଡିଓ ସାମ୍ବାଦିକ ବ୍ରେଂଟ ରିନଦ୍ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରା ଯାଇଥିଲା । ଏଥିରେ ୫୧ ବର୍ଷୀୟ ରିନଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିନଦଙ୍କ ପାଖରେ ନ୍ୟୁୟର୍କ ଟାଇମ୍ସର ପାସ୍ ରହିଥିଲା । ତେବେ ତାଙ୍କୁ ୟୁକ୍ରେନ୍ ଯୁଦ୍ଧ ରିପୋର୍ଟ କଭର କରିବାକୁ ଦାୟିତ୍ୱ ଦିଆଯାଇନଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ