ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ୟୁକ୍ରେନରେ ଏବେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ବହୁ ଭାରତୀୟ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଶୀଘ୍ର ସୁରକ୍ଷିତ ଫେରାଇ ଆଣିବାକୁ ଦାରିଙ୍ଗବାଡିର କିଛି ଛାତ୍ର ଏବଂ ବୁଦ୍ଧିଜୀବୀ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି । ହାତରେ ପ୍ଳାକାର୍ଡ ଧରି ସରକାରଙ୍କୁ ନିବେଦନ କରିଛନ୍ତି। ଦାରିଙ୍ଗବାଡିର ଚାରିଛକ ନିକଟରେ ଯୁବକମାନେ ଠିଆ ହୋଇ ଏଭଳି ନିବେଦନ କରୁଥିବା ଦେଖିବାକୁ ମିଳିଥିଲା ।


