ୟୁକ୍ରେନ ସହ ଯୁଦ୍ଧକୁ ହେଲା ୧୯ ଦିନ । ଚୀନକୁ ସାହାଯ୍ୟ ମାଗିଲା ଋଷ୍

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଋଷ- ୟୁକ୍ରେନ ଯୁଦ୍ଧକୁ ଆଜି ୧୯ ଦିନ । ଗୋଟେ ପଟେ ଆଲୋଚନା ପାଇଁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ସହମତି ପ୍ରକାଶ କରିଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ମନେହୁଏ । କାରଣ ଦୁଇ ଦେଶ ପକ୍ଷରୁ ଯୁଦ୍ଧରୁ ଓହରି ଯିବାର କୌଣସି ସୂଚନା ମିଳୁନାହିଁ । ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ୧୯ ଦିନ ଧରି ଯୁଦ୍ଧ ଚାଲିବା ପରେ ବି ୟୁକ୍ରେନକୁ ମାଟିରେ ମିଶାଇବାକୁ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । କିନ୍ତୁ ଏହା ଭିତରେ ଋଷର ଆର୍ଥିକ ଓ ସାମରିକ ଶକ୍ତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଫଳରେ ଚୀନକୁ ଆର୍ଥିକ ସହାୟତା ମାଗିଛି ଋଷ । ଏହା ସହ ସୈନ୍ୟ ସହାୟତା ମଧ୍ୟ ମାଗିଛି । ଋଷ ଏପରି ସମୟରେ ସହାୟତା ମାଗିଛି ଯେତେବେଳେ ଆମେରିକା ଖୋଲାଖୋଲି ଭାବେ ଚୀନକୁ ଧମକ ଦେଇଛି । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଋଷକୁ ଯଦି ସହାୟତା କରେ ତେବେ ପରିଣାମ ଭୋଗିବାକୁ ଚୀନ ପ୍ରସ୍ତୁତ ରହିବାକୁ ଆମେରିକା ଧମକ ଦେଇଥିଲା । ସୂଚନା ମୁତାବକ, ଆଜି ଋଷରେ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୁଟିନଙ୍କ ବିରୋଧରେ ଫେସବୁକ୍ ଦ୍ୱାରା ହୋଇଥିବା ନିୟମର ପରିବର୍ତ୍ତନ ପରେ ଇନଷ୍ଟାଗ୍ରାମ ମଧ୍ୟ ପଦକ୍ଷେପ ନେଇଛି । ହେଲେ ଏନେଇ ଇନଷ୍ଟାଗ୍ରାମ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ପଦକ୍ଷେପ ଦ୍ୱାରା ଇନଷ୍ଟାଗ୍ରାମର ୮ କୋଟିରୁ ଉଦ୍ଧ୍ୱର୍ ୟୁଜର୍ସ ସୋସିଆଲ ମିଡିଆରୁ କଟିଯାଇଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ