ୟୁକ୍ରେନ ସୁରକ୍ଷା ସଂସ୍ଥାର ବଡ ଖୁଲାସା

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିବା ଘଟଣା ନୂଆ କଥା ସମ୍ନାକୁ ଆସିଛି । ୟୁକ୍ରେନ ସୁରକ୍ଷା ସଂସ୍ଥା ରିପୋର୍ଟ ଅନୁଯାୟୀ ଇରାନର ମିଜାଇଲ ମାଡ଼ରେ ବିମାନଟି ଜାଳି ଯାଇଥିଲା ଓ ସେଥିରେ ଯାତ୍ରା କରୁଥିବା ସମସ୍ତ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ସେହି ବିମାନର ବ୍ଲାକ ବକ୍ସ ଉଦ୍ଧାର ହୋଇଥିଲେ ମଧ୍ୟ ଇରାନ ତାହାକୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ମନା ଦେବା ଫଳରେ ଏହା ନିଶ୍ଚିତ ହୋଇଛି ଯେ, ବିମାନଟି ଇରାନର ମିଜାଇଲ ମାଡ଼ରେ ହିଁ ଜଳି ଯାଇଥିଲା । ତେବେ ଇରାନ ରାଷ୍ଟ୍ରପତି ଏକଥା ସ୍ୱୀକାର କରିବା ସହ ଇରାନୀ ସେନାବାହିନୀ ଏ ନେଇ ଦୁଃଖ ପ୍ରକାଶ କରିବା ସହ ଆଉ ଏପରି ତ୍ରୁଟି ହେବ ନାହିଁ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ