ୟୁଗଦ୍ଧାରେ ଖବର ପ୍ରସାରଣ ପରେ ପ୍ରଶାସନ ଆବର୍ଜନା କୁଣ୍ଡରେ ଲେଖିଲେ ଅଟକଳ ମୂଲ୍ୟ

ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକର ସମସ୍ତ ୱାର୍ଡ ରେ ସ୍ୱଚ୍ଛ ଭାରତ ଦ୍ଵାରା ନିର୍ମାଣ କରା ଯାଇ ଥିବା ଆବର୍ଜନା କୁଣ୍ଡ ଗୁଡ଼ିକର ନିର୍ମାଣର ଅଟକଳ ମୂଲ୍ୟ ଲେଖା ଯାଇ ନ ଥିବା ନେଇ ଗତ କିଛି ଦିନ ତଳେଏହି ୟୁଗବ୍ଧା ଖବର କାଗଜ ଏକ ଖବର ପ୍ରସାରଣ ବା ଛାପି ଥିଲା । ଏ ଖବର ଟି ବଡ଼ସାହି ବ୍ଲକ ପ୍ରଶାସନ ଆଖି ଖୋଲି ଦେଇ ଥିଲା । ଖବର ବାହାରିବା କେଇଟା ଦିନ ଭିତରେ ବ୍ଲକ ପ୍ରଶାସନ ନିର୍ମାଣ ହୋଇ ଥିବା ସମସ୍ତ ଆବର୍ଜନା କୁଣ୍ଡରେ ଅତି ସତର୍କତା ସହିତ ଆବର୍ଜନା କୁଣ୍ଡର ଅଟ କଳ ମୂଲ୍ୟ ଲେଖି ଲୋକଙ୍କ ସନ୍ଦେହ ଦୂରୀଭୂତ କରିବାକୁ ଚେଷ୍ଟା କରିଛି । ଯେଉଁ ଫଲକରେ ଏସ ବି ଏନ୍ ଶତକଡା ୭୦ଏସ ଏଫ୍ ସି ଶତକଡା ୩୦ ଏବଂ ଏହା ୨୦୨୩-୨୪ମସିହା ର କାମ ଥିଲା । ଠିକ୍ ତାହାରି ତଳେ ଆବର୍ଜନା କୁଣ୍ଡର ଅଟକଳ ମୂଲ୍ୟ କୋଡ଼ିଏ ହଜାର ଲେଖି ଦେଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ