“ୟୁଗାବଦ୍ଧ” ପ୍ରଭାବ ବେଆଇନ ଶିକ୍ଷକ ଡେପୁଟେସନ ଭାରୀ ପଡ଼ିଲା, ବଡସାହି ବିଇଓଙ୍କୁ ଜବାବ ମାଗିଲେ ଜିଲ୍ଲା ଶିକ୍ଷା ଅଧିକାରୀ

ବଡସାହି,(ନିରଞ୍ଜନ ମହାନ୍ତ):ବଡସାହି ବ୍ଲକର ବିବାଦୀୟ ବିଇଓ ମଧୁସ୍ମିତା ଗିରିଙ୍କ ମନମାନି ଏବଂ ପୁରୁଣା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଥିବା ଆକ୍ରୋଶପୂର୍ଣ୍ଣ ଦମନମୂଳକ ନୀତି ଯୋଗୁଁ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମୋଦନରେ ବେଆଇନ ଭାବରେ ବ୍ଲକର ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ଡେପୁଟେସନ, ନିଲମ୍ବନ ମନଇଛା ଅର୍ଥ ଆଦାୟ କରି ପଦବୀରେ ଅବସ୍ଥାପନ ଯୋଗୁଁ ବଡସାହି ବ୍ଲକ ଶିକ୍ଷା ବିଭାଗରେ ଅସ୍ଥିରତା ଏବଂ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିବା କଥା କାହାକୁ ଅଛପା ନାହିଁ ଏବଂ ଏହି ଖବରକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ ପୂର୍ବକ “ୟୁଗାବଦ୍ଧ” ଖବର କାଗଜ ବାରମ୍ବାର ପ୍ରକାଶନ ଓ ପ୍ରସାରଣ କରି ଆସିଛି। ବିଗତ ଏପ୍ରିଲ ୧୬ରେ ୟୁଗାବ୍ଧରେ ପ୍ରକାଶିତ ବ୍ଲକ ଅଧୀନସ୍ଥ ମାଧପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡେପୁଟେସନ ଖବରକୁ ଅତି ଗୁରୁତ୍ଵ ସହକାରେ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ।ସେନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏପ୍ରିଲ ୧୯ତାରିଖ ଦିନ ଆଦେଶ ସଂଖ୍ୟା ୪୩୨୭ ଅନୁସାରେ କେଉଁ ପରିସ୍ଥିତିରେ ଏବଂ ଉପଯୁକ୍ତ ଅଧିକାରୀଙ୍କ ବିନା ଅନୁମୋଦନରେ ବଡସାହି ବିଇଓ କିପରି ଏହି ଶିକ୍ଷକ ଡେପୁଟେସନ କଲେ ଏବଂ ଏପରି ସେ କେତେଜଣଙ୍କୁ ଡେପୁଟେସନ କରିଛନ୍ତି ତା’ର ତାଲିକା ସହ କୈଫିୟତ ମାଗିଛନ୍ତି।ଏ ସମସ୍ତ ଘଟଣାର ମୂଳ ଭାବରେ ବଡସାହି ବ୍ଲକରେ ନାନା ଦୁର୍ନୀତି ଓ ବିବାଦରେ ଛନ୍ଦି ହୋଇ ଏହି ବ୍ଲକରୁ ସ୍ଥାନାନ୍ତରିତ ପୂର୍ବତନ ଜଣେ ଅତିରିକ୍ତଶିକ୍ଷା ଅଧିକାରୀ ରହିଛନ୍ତି ଏବଂ ଏ ଦୁହିଁଙ୍କ ମଧୁଚନ୍ଦ୍ରିକାରେ ସମସ୍ତ କାର୍ଯ୍ୟକ୍ରମ ହେଉଥିବା କଥା ଶିକ୍ଷକ ମହଲରେ ଆଲୋଚନା ହେଉଛି।ତେବେ ବିଭାଗ ପକ୍ଷରୁ ବିଇଓଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି,ତାହା ଆଲୋଚନାର ବିଷୟବସ୍ତୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ