ୟୁଗାବ୍ଦର ପ୍ରଭାବ ମୁଖ୍ୟରାସ୍ତାରେ ନିର୍ମାଣାଧୀନ ପୋଲ ୪ ପାଶ୍ୱର୍ରେ ଲାଗିଲା ସୁରକ୍ଷା ବ୍ୟାରିକେଡ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୟୁଗାବ୍ଦରେ ଖବର ପ୍ରକାଶନ ପରେ ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣାଧୀନ ପୋଲର ୪ପାଶ୍ୱର୍ରେ ଲାଗିଲା ସୁରକ୍ଷା ବ୍ୟାରିକେଡ୍ । ଘଟଣାରୁ ପ୍ରକାଶ, ପାରଳା ଦୋଳବନ୍ଧ ଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଉଥିବା ମହିଳା କଲେଜ ନିକଟସ୍ଥ ଚାରିଛକ ମୁଖ୍ୟରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଗତ ଏକମାସ ଧରି ରାସ୍ତା ନିର୍ମାଣ ଚାଲୁ ରହିଛି । ପାରଳା ପୁର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି । ହେଲେ ଏହି ପୋଲର ୪ପାଶ୍ୱର୍ରେ କୌଣସି ଗାର୍ଡୱାଲ୍ ନିର୍ମାଣ କରାଯାଇ ନଥିବା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଏହି ରାସ୍ତାଟି ସହରର ପ୍ରମୁଖ ମୁଖ୍ୟରାସ୍ତା ହୋଇଥିବା ଯୋଗୁଁ କଲେଜ ଓ ବିଭିନ୍ନ ସ୍କୁଲର ଶହ ଶହ ଛାତ୍ର ଛାତ୍ରୀଙ୍କ ସମେତ ଶହ ଶହ ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରୁଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଜରୁରୀ ସେବା ଓ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ଏହି ମୁଖ୍ୟରାସ୍ତା ବ୍ୟବହୃତ ହେଉଛି । ଏଥି ସହ ୪ଛକ ବିଶିଷ୍ଟ ଏହି ରାସ୍ତା ହୋଇଥିବାରୁ ସଦାସର୍ବଦା ଅତ୍ୟଧିକ ଜନଗହଳି ରହୁଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପାରଳା ପୁର୍ତ୍ତ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ କୌଣସି ଦୃଷ୍ଟି ନଦେବା ପରିତାପର ବିଷୟ । ଏଭଳି ରାସ୍ତାରେ ଚାରିପଟରୁ ଗାର୍ଡୱାଲ୍ କିମ୍ବା ବ୍ୟାରିକେଡ୍ ନିର୍ମାଣ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ଏଠାରେ ନିୟୋଜିତ କରିବା କଥା । ହେଲେ ଏପରି କୌଣସି ବ୍ୟବସ୍ଥା ନକରି ରାସ୍ତା ନିର୍ମାଣ କରିବା ସାଧାରଣଙ୍କ ଧନଜୀବନ ପ୍ରତି ବିପଦର କାରଣ ହୋଇଛି । ସମ୍ପୃକ୍ତ ଏହି ଖବର ଦୈନିକ ୟୁଗାବ୍ଦରେ ଗତ ୨୫ତାରିଖ ଦିନ ଖବର ପ୍ରକାଶନ ପରେ ପାରଳା ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ ଦାଶ ଘଟଣାଟି ଜାଣି ପାରି ନିର୍ମାଣାଧୀନ ପୋଲର ୪ପାଶ୍ୱର୍ରେ ତୁରନ୍ତ ବ୍ୟାରିକେଡ୍ ନିର୍ମାଣ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ଏଥି ଅନୁଯାୟୀ ସମ୍ପୃକ୍ତ ପୋଲର ୪ପାଶ୍ୱର୍ରେ ଗତକାଲି ଅପରାହ୍ନରେ ହିଁ ସୁରକ୍ଷା ବ୍ୟାରିକେଡ୍ ନିର୍ମାଣ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ