ୟୁଜେଏ ତରଫରୁ ସଫଳତା ପାଇଁ ୩ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଖଣ୍ଡରେ କାର୍ଯ୍ୟରତ ୩ଜଣ ପୋଲିସ ଅଧିକାରୀଙ୍କ ସଫଳତାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ଭଂଜନଗର ଶାଖା ତରଫରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସମ୍ମାନିତ ଅତିଥିଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଭଂଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଗାଙ୍ଗପୁର ଥାନା ଅଧିକାରୀ ଧୀରେସ କୁମାର ଦାସ, ୟୁଜେଏ ର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ସମ୍ପାଦକ ରବୀନ୍ଦ୍ର ଗୌଡ଼ ମଞ୍ଚରେ ଉପସ୍ଥିତ ଥିଲେ l ବିଶେଷ କରି ଗାଙ୍ଗପୁର ଥାନା ଅଧିକାରୀ ଙ୍କ କର୍ଯ୍ୟଦକ୍ଷତା ଯୋଗୁଁ ଏହି ଥାନା ସର୍ବ ଭାରତୀୟ ସ୍ତର ରେ ୨ନମ୍ବର ଥାନାର ମାନ୍ୟତା ପାଇଥିବାରୁ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଟ୍ରଫି ସହ ପୁରସ୍କୃତ କରିଥିଲେ l ସେହିପରି ଭଂଜନଗର ଏସପିଡିଓ ଶ୍ରୀ ମିଶ୍ର ଓ ଭଂଜନଗର ଆଇଆଇସି ଶ୍ରୀ ସାହୁ ଙ୍କ କାର୍ଯ୍ୟକଳାପ ରେ ସନ୍ତୋଷ ପ୍ରକାଶ କରି ଉଭୟଙ୍କୁ ରାଜ୍ୟ ପୋଲିସ ଡିଜିଙ୍କ ଠାରୁ ସମ୍ମାନ ଜନକ ଡିଜିପି କମେଣ୍ଡେସନ ପୁରସ୍କାର ପ୍ରଦାନ କରାଯାଇଛି। ଯାହାକି ଭଂଜନଗର ଉପଖଣ୍ଡ ପାଇଁ ଗର୍ବ ଓ ଗୌରବ ବିଷୟ।ତେଣୁ ଏହି ୩ଜଣ ଦକ୍ଷ ପୋଲିସ ଅଧିକାରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଞ୍ଜ ଉପଢୌକନ, ମାନପାତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଘର ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ଉପଦେଷ୍ଟା ଶ୍ରୀ ପାତ୍ର ସଭାର ଆଭିମୁଖ୍ୟ ସମ୍ପର୍କରେ ଏବଂ ସମ୍ପାଦକ ଶ୍ରୀଗୌଡ଼ ଏହି ଉତ୍ସବ ସମ୍ପର୍କ ରେ ନିଜର ବକ୍ତବ୍ୟ ରଖିଥିଲେ l ଏଥିରେ ନଚିକେତ ପ୍ରଧାନ, ନିଲୁ ବିଷୋୟୀ, ଭବାନୀ ଶଙ୍କର ପାଳ, ଚିନ୍ମୟ କୁମାର ବେବର୍ତ୍ତା, ମନୋଜ ଗୌଡ଼, ଆଶିଷ ଗୌଡ଼, ସନ୍ତୋଷ ଜେନା, ଗିରିଶ ସାହୁଏବଂ ଅନ୍ୟମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ