ୟୁଥ୍ ଉକ୍ରଳର ସାହିତ୍ୟ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ
ଭୁବନେଶ୍ୱର : ପୂଣ୍ୟ ଉକ୍ରଳ ଏବଂ ଇଭେଣ୍ଟସ ପ୍ରକାଶନର ମିଳିତ ଆନୁକୂଲ୍ୟରେ ଗଠିତ ତଥା ଇଂ ନିହାର ରଞ୍ଜନ ପରିଡ଼ାଙ୍କ ଏବଂ ଜୁବୁଲି କାନୁନ୍ଗୋଙ୍କ ଦ୍ୱାରା ପରି·ଳିତ ସାହିତ୍ୟାନୁଷ୍ଠାନ ୟୁଥ୍ ଉକ୍ରଳର ନବ ପ୍ରଜନ୍ମର ସୃଜନକାରଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ ଥିଲା ବୋଲି କହିଛନ୍ତି ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର । ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର ଏବଂ ପୂଣ୍ୟ ଉକ୍ରଳର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜ ମହାପାତ୍ରଙ୍କ ଓଡ଼ିଆ ସାହିତ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଦେଖିଥିବା ସ୍ୱପ୍ନର ଏହା ଥିଲା ଏକ ସଫଳ ରୂପାୟନ । ଏହି ନିଆରା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମୂର୍ତ୍ତୀଦେବୀ ତଥା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଏବଂ ଚିନ୍ତକ ହର ପ୍ରସାଦ ଦାଶ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ କବି ଫନି ମହାନ୍ତି ମୁଖ୍ୟବକ୍ତା ଏବଂ କବି ଶରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଇତ୍ୟବସରରେ ୩୦ ବର୍ଷରୁ କମ୍ ୩୦ଜଣ ଯୁବ କଥାକାର ଏବଂ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହ ଇଭେଣ୍ଟସ୍ ପ୍ରକାଶନୀ ତଥା ଚିତ୍ରଶିଳ୍ପୀ ଚିନ୍ମୟୀ ବାରିକଙ୍କ ‘ଚିନି କମ୍’ ଓ କବି ଇଂ ନିହାର ରଞ୍ଜନ ପରିଡ଼ାଙ୍କ ‘ବ୍ଲାକ କଫି’ର ବହୁଳ ବିକ୍ରି ଏବଂ ପାଠକୀୟତ ପାଇଁ ବେଷ୍ଟ ସେଲ୍ର ଅଥର ଭାବେ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ୩୦ ବର୍ଷରୁ କମ୍ ବୟସ୍କ ୩୦ଜଣ ବବି ଏବଂ ଲେଖକଙ୍କ ସୃଜନ ଉନ୍ମାଦନାରେ ପ୍ରସ୍ତୁତ ପୁସ୍ତକ ‘ଯୌବନ’ର ଲୋକାର୍ପଣ । ଯାହାର ସମ୍ପାଦନା କରିଥିଲେ ଇଂ ନିହାର ରଞ୍ଜନ ପରିଡ଼ା ଏବଂ ଶ୍ରୀଯୁକ୍ତ ଜୁବୁଲି କାନୁନ୍ଗୋ । ଶେଷରେ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଇଭେଣ୍ଟସ୍ର ୬ଟି ପୁସ୍ତକ ଲୋକାର୍ପିତ ହେବା ସହିତ ମଧ୍ୟାହ୍ନ ଭୋଜନ ପରେ ସଭା ସମାପ୍ତ ହୋଇଥିଲା ।