ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ତମାଖୁ ମୁକ୍ତି ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଓଡିଶାରେ ପୁରପଲ୍ଲୀରେ ଜାଗର ଯାତ୍ରା ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ମହା ଶିବରାତ୍ରି ପାଳନ ଅବସରରେ ଗଞ୍ଜାମ ବ୍ଲକର ଅଗ୍ରଣୀ ତଥା ସକ୍ରିୟ ସ୍ବେଛାସେବୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ତମାଖୁ ମୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ପୋଇରାଶି ପଂଚାୟତର ତାରିଣୀ ପଲ୍ଲୀ ଗ୍ରାମର ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୧୦୮ଦୀପ ପ୍ରଜ୍ୱଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଏଠାରେ ଥିବା ଭକ୍ତ ଓ ଦର୍ଶକଙ୍କୁ ତମାଖୁ ଭଳି ମାରାତ୍ମକ କୁଅଭ୍ୟାସ ଠାରୁ ଦୂରେଇ ରହିବାକୁ ସଚେତନ କରିବା ପାଈଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିସରରେ ଏକ ତମାଖୁ ମୁକ୍ତି ସଚେତନ ଓ ପରାମର୍ଶ କେନ୍ଦ୍ର ୟୁଥ୍ ଫର୍ ଭିଲେଜ୍ ଓ ନିଶାମୁକ୍ତି ଯୁବ ସଂକଳ୍ପ, ଭୁବନେଶ୍ୱର ତରଫରୁ ଆୟୋଜନ କରାଯାଇଛି। ଏହି ଶିବିରରେ ତମାଖୁ ଦ୍ୱାରା ହେଉଥିବା ମୁଖ କର୍କଟ ତଥା ସ୍ବାସ୍ଥ୍ୟଜନିତ ମାରାତ୍ମକ ରୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ, ଫୋଟଚିତ୍ର ପଦର୍ଶନ ଓ ସଚେତନମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।ଏଥିରେ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ତଥା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଣସଂକ୍ରାମକ ରୋଗ ପରାମର୍ଶ କେନ୍ଦ୍ରର ପରାମର୍ଶକ ଡି ଦେବହରି ରେଡି ଉପସ୍ଥିତରହି ଜନସାଧାରଣଙ୍କୁ ସଚେତନ କରିବା ସହ ତମାଖୁ ତଥା ଗୁଡାଖୁ, ଖଇନୀ, ପାନ, ଗୁଟୁଖା ମୁକ୍ତ ଜୀବନ କିପରି ଅଭ୍ୟାସ କରିବେ ତାହା ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଚିରାମ ବେହେରା, ଅଶୋକ ବେହେରା,ଗଗନ ସାହୁ,ସୁନୀଲ ସେଠୀ,ବିରଂଚି ନାହାକ,ଜଗନ୍ନାଥ ସେଠୀ,ସଭାପତି ଚୈତନ୍ୟ ରେଡି,ସୁଶାନ୍ତ ସେଠୀ,ଅନିଲ ସେଠୀ,ସିକ୍ଷାବିତ୍ ରବୀନ୍ଦ୍ର ସେଠୀ, ଦୀପକ ଗୋୖଡ଼,ଆର୍ ଗଣେଶ, ବି ଦେବାଶିଷ,କାହ୍ନା,ସମ୍ପାଦକ ଦୀପକ ସାହୁ,ଦୀପକ ସେଠୀ, କୈଳାସ ସେଠୀ,ଆର୍ ମାଗୁଣୀ ରେଡି, ନିଳାଞ୍ଚଳ ସେଠୀ, ବସନ୍ତ ସେଠୀ ଓ କାଳିଆ ବେହେରା ପ୍ରମୁଖ ସହଯୋଗ କରିଥିଲେ।