ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ
ଗଞ୍ଜାମ,(ଦୁର୍ଗାା ମାଧବ ପାଣିଗ୍ରାହି ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ତାରିଣୀପଲ୍ଲୀ ଗ୍ରାମରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ୱାଇ ଫର୍ ଭି ପାଠାଗାର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଯୁବ ସମାଜ ସେବୀ ପ୍ରଦୀପ ମହାପାତ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ୟୁଥ୍ ଫର୍ ଭିଲେଜ୍ କୋଷାଧ୍ୟକ୍ଷ ମୋଚିରାମ ବେହେରାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସେଠୀ ଓ ସମ୍ମାନିତ ଅତିଥି ରୁପେ ସୁଶ୍ରୀ ଆର୍ ମଂଜୁଳା ରେଡି ଯୋଗଦେଇ ନେତାଜୀଙ୍କ ଜୀବନୀ ଓ ଆଜାଦ ହିନ୍ଦ ଫୌଜ୍ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ପ୍ରତିଯୋଗିତାରେ ନିରାକାର ସାହୁ ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଗନ ସାହୁ, ସୀମାଞ୍ଚଳ ମହାପାତ୍ର, ଦୀପକ ଗୋୖଡ଼, ଅଶୋକ ବେହେରା, ସୁଶାନ୍ତ ସେଠୀ, ବସନ୍ତ ସେଠୀ, ସୁନୀଲ ସେଠୀ, ଗଣେଶ ରେଡି, ରାଜା ମହାପାତ୍ର, ବି ଟୁକୁନା, କୈଳାସ ରେଡି ଓ ସମୀର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ମୋଚିରାମ ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।


