ୟୁଥ୍ ଫର ସେବା ସଂଗଠନ ତରଫରୁ କେନ୍ଦ୍ରାପଡ଼ା ବନ୍ୟା ବିପନ୍ନ ଙ୍କୁ ସହାୟତା

ଚୌଦ୍ଵାର,(ଦୀପକ୍ କୁମାର ବେଉରା): କରୋନା ମହାମାରୀ ସମୟରେ ସାରl ଓଡ଼ିଶା ବାସୀ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ହଠାତ୍ ଓଡିଶା ର ପ୍ରାୟ ସମସ୍ତ ଜିଲ୍ଲାରେ ବନ୍ୟା ଜଳ ଆସିବା ଫଳରେ ପ୍ରାୟ ସମସ୍ତ ଜିଲ୍ଲା ବନ୍ୟା ଜଳ ରେ ପ୍ରଭାବିତ ହୋଇ ବହୁତଲୋକ ପାଣି ଘେରରେ ଫସି ରହି ବହୁତ୍ ଅସୁବିଧା ରେ ସମ୍ମୁଖୀନ ହେଉଥିବା ବେଳେ ଚୌଦ୍ଵାର ଅଞ୍ଚଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ ଫର ସେବା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ର ପଧାନପଡା,ପଣସ ଗଣ୍ଡ , ଫାଜିଲପୁର୍ ଏବଂ ଯାଜପୁର ଜିଲ୍ଲାର ଜରି, କନ୍ତିତରା, ଗୁଣ୍ଡୁରୀ ପଡା, ବରେଇଁ ଗ୍ରାମ ରେ ପାଖାପାଖି ୪୦୦ ପୁଡିଆ ଶୁଖିଲା ଖାଦ୍ୟ ଯଥା ଚୁଡ଼ା ଚିନି , ବିସ୍କୁଟ , ମହମବତୀ , ସାବୁନ୍ , ମାଗି, ଦିଆସିଲି ପ୍ରଭୃତି ଯୋଗାଇ ଦିଆ ଯାଇଥିଲା । ସଙ୍ଗଠନ ର ସଭାପତି ଶାରଦା ରଂଜନ ପରିଜା ଙ୍କ ନେତୃତ୍ୱରେ ରେ ସମ୍ପାଦକ ମନୋରଞ୍ଜନ ଭୂୟାଁ,ଅନିରୁଦ୍ଧ ମହାନ୍ତି , ବନମାଳୀ ସାହୁ, ସନ୍ତୋଷ ଲଳିତ ରାଉତରାୟ, ଅବିନାଶ ମହାନ୍ତି, ପ୍ରମୋଦ ନାୟକ, ସୁଧାଂଶୁ ପଣ୍ଡା, ଜଗନ୍ନାଥ ତ୍ରିପାଠୀ, ସଞ୍ଜୟ ବେହେରା,ସୌମ୍ୟ ରଂଜନ ବେଉରା, ଉମା ଚରଣ ସାହୁ, ଜଗନ୍ନାଥ ପଣ୍ଡା, ଅନିଲ ସାହୁ, ସନ୍ତୋଷ ସାହୁ,ନବୀନ ରାଓ ପ୍ରଭୃତି ସଦସ୍ୟ ଏହି ମହତ୍ କାର୍ଯ୍ୟ ରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ