ୟୁଥ୍ ରେଡ୍ କ୍ରସ୍ ର ତ୍ରିଦିବସୀୟ କ୍ଲଷ୍ଟର ସ୍ତରୀୟ ତାଲିମ୍ ଶିବିର

ଗଂଜାମ, (ବିନୋଦ ପଲାଇ) : ଗଂଜାମ ବ୍ଲକ୍ ସ୍ଥିତ ସହିଦ୍ ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟରେ ଗତ ତିନିଦିନ ଧରି ଯୁବ ରେଡ୍ କ୍ରୋସ ର କ୍ଲଷ୍ଟର ସ୍ତରୀୟ ତ୍ରିଦିବସୀୟ ଶିକ୍ଷା ଓ ପ୍ରଶିକ୍ଷଣର ସ୍ୱେଚ୍ଛାସେବୀ ତାଲିମ୍ ଶିବିର ଗତ ଶନିବାର ଦିନ ଉଦଘାଟିତ ହୋଇଥିଲା । ପ୍ରଥମ ଉଦଘାଟନୀ ଦିବସରେ ମୁଖ୍ୟ ବକ୍ତା ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ଃ ରବୀନ୍ଦ୍ର ସେଠୀ, ଡ଼ଃ ମନୋଜ କୁମାର ବେହେରା ଏବଂ ସହିଦ୍ ଭଗତସିଂ ଜୁନିଅର କଲେଜର ଅଧ୍ୟକ୍ଷ ଦିବାକର ସ୍ୱାଇଁ ଯୋଗ ଦେଇ ସହିଦ୍ ଭଗତସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ମିନତୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କଲେଜ୍ ଯୁବ ରେଡ୍ କ୍ରସର ସଂଯୋଜକ ଏନ. ପଦ୍ମାବତୀ, ରାମଚନ୍ଦ୍ର ମର୍ଦ୍ଧରାଜା ବିଜ୍ଞାନ ମହାବିଦ୍ୟାଳୟର ସଂଯୋଜକ ଟି. ଅକ୍ଷୟ କୁମାର, ଗୋପାଳ କୃଷ୍ଣ ବିଜ୍ଞାନ କଲେଜର ସଂଯୋଜକ ଡ଼ଃ. ଜଗଦୀଶ ଚନ୍ଦ୍ରପାଳ, ସହିଦ୍ ଭଗତସିଂ ଜୁନିଅର କଲେଜର ସଂଯୋଜକ ମୋଚିରାମ ନାହାକ ଓ ହୁମ୍ମା ସଲ୍ଟ କଲେଜ ସଂଯୋଜକ ଡ଼ଃ. ସୁଧୀର ପାତ୍ରଙ୍କ ଉପସ୍ଥିତିରେ ଶିକ୍ଷା ଓ ପ୍ରଶିକ୍ଷଣ ର ତ୍ରିଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଅରୁଣା ଅନୁଷ୍ଠାନ ଗଞ୍ଜାମର ଲୋକନାଥ ମିଶ୍ର, ସହିଦ୍ ଭଗତସିଂ ଜୁନିଅର କଲେଜ ଅଧ୍ୟାପକ ଡ଼ଃ. ଭଗବାନ ତ୍ରିପାଠୀ ଓ ମଣୀତାର କଲେଜ ସଂଯୋଜକ ଦିଲୀପ କୁମାର ଆଚାର୍ଯ୍ୟ ଯୋଗଦେଇ ଯଥାକ୍ରମେ ଏ.ଡ଼.ସ ର ନିରାକରଣ, ଜାତୀୟ ସେବା ଓ ପ୍ରାଥମିକ ଉପଚାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଶିକ୍ଷଣର ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ରମ୍ଭା ଥାନା (ଆଇ.ଆଇ.ସି) ଦିପ୍ତିରଞ୍ଜନ ବେହେରା ଯୋଗଦେଇ ସଡକ ସୁରକ୍ଷା ବିଷୟରେ ଉପଦେଶାତ୍ମକ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଡ଼ଃ. ଚନ୍ଦ୍ରଶେଖର ସୁବୁଦ୍ଧି, ବିଭୁ ପ୍ରସାଦ ପାତ୍ର ରେଡ୍ କ୍ରୋସ ର ଇତିହାସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରୋତ୍ସାହିନ କରିଥିଲେ । ଶେଷରେ ଅଧ୍ୟାପକ ଲିଙ୍ଗରାଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ