ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଓ ବ୍ରହ୍ମପୁର ଏଲ. ଭି . ପ୍ରସାଦ ଚକ୍ଷୁ ଅନୁଷ୍ଠାନର ମିଳିତ ଆନୁକୂଲ୍ୟାରେ ସ୍ଥାନୀୟ ମା ରାମାୟାଣାମ୍ମା ସୈାଭାଗ୍ୟ କଲ୍ୟାଣ ମଣ୍ଡପ ପରିସରରେ ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ସଂଯୋଜନାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍ ଓ ଗଂଜାମ ଆରକ୍ଷୀ ଅଧିକ୍ଷୀକ ବ୍ରିଜେଶ କୁମାର ରଏ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୟୁଥ୍ ମାସ ସେବା ସଂଘ ଆଜକୁ ୧୧ବର୍ଷ ଧରି ଏଭଳି ସମାଜସେବା କାର୍ଯ୍ୟ ଜାରି ରଖିଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ , ୟୁଥ ମାସ ସେବା ସଂଘ ର ଅଧ୍ୟକ୍ଷ ଡଃ. ବନମାଳି ନେପାକ , ଉପାଧ୍ୟକ୍ଷ କେ.ରମେଶ , ଉପଦେଷ୍ଟା ରାଜେଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରାଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଏଲ . ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ଅଂଚଳର ଶହେ ରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀଙ୍କ ବିଭିନ୍ନ ଚିକିତ୍ସା କରାଯିବା ସହିତ ଔଷଧ ମଧ୍ୟ ପ୍ରଦାନ କରାଯାଇଛି । ପ୍ରାରମ୍ଭ ରେ ସଂଘ ପକ୍ଷରୁ ସମସ୍ତ ଅତିଥୀ ଏବଂ ଛତ୍ରପୁର ସହରର ବହୁ ବାଦାନ୍ୟ ବ୍ୟକ୍ତି ମାନଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ