ୟୁଥ ମାସ ସେବା ସଂଘ ର ୧୪ ତମ ବାର୍ଷିକ ଉତ୍ସବ, କୁନି କୁନି କଳାକାର ଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ର ୧୪ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଠାକୁରାଣୀ ମନ୍ଦିର ଛକ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି l ସଂଘ ର ଚ୍ୟାୟରମ୍ୟାନ ବନମାଳୀ ନେପାକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲିନା କୁମାରୀ ଖେସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଗଞ୍ଜାମ ଏସପି ଜଗମୋହନ ମୀନା ଯୋଗଦେଇ ସଂଘ ର ଜନହିତକର କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ୟୁଥ ମାସ ସେବା ସଂଘ ର ଉପସଭାପତି କେ. ରମେଶ, ଉପଦେଷ୍ଠା ରାଜେଶ କୁମାର ସାହୁ ଓ ବି. ଶ୍ରୀନିବାସ, ସମ୍ପାଦକ ସୟଦ ମୁକ୍ତାର ପ୍ରମୁଖ ଯୋଗଦେଇଥିଲେ l ଏହି ଅବସର ରେ ଛତ୍ରପୁର ଆଖ ପାଖ ଅଂଚଳ ର ଶିକ୍ଷାବିତ, କ୍ରୀଡାବିତ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା, ବାର୍ଷିକ ଉତ୍ସବ ପାଳନ ଅବସର ରେ ସଂଘ ପକ୍ଷରୁ ପୂର୍ବରୁ ହକି, କ୍ରିକେଟ ଓ ଭଳିବଲ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ ହୋଇଥିଲା, ଏଥିରେ ବିଜେତା ଓ ପରାଜିତ ହୋଇଥିବା ଦଳ କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରଯାଇଥିଲା, ଶେଷରେ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପ୍ରାରମ୍ଭରେ ତିରୁପେଟା ସାହି ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ, ବାର୍ଷିକ ବିବରଣୀ ସମ୍ପାଦକ ସୟଦ ମୁକ୍ତାର ପାଠ କରିଥିଲେ l


