ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋଖୋ ଏକାଡେମୀର ଗ୍ରୀଷ୍ମ ପ୍ରଶିକ୍ଷଣ ଶିବିର ଉଦଯାପିିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋଖୋ ଏକାଡେମୀ ଦ୍ୱାରା କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଗତ ୭ତାରିଖରୁ ଆରମ୍ଭ ହୋଇଥିବା ୧୦ ଦିନିଆ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ୮୬ଜଣ ଶିକ୍ଷାର୍ଥୀ ଯୋଗଦେଇ ପ୍ରଶିକ୍ଷକଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ନଗରପାଳ ସରିତା ସାହୁ ଯୋଗଦେଇ କୃତି କ୍ରୀଡାବୀତମାନଙ୍କୁ ପୁରସ୍କୃତ କରିଥିଲେ । କେନ୍ଦ୍ରାପଡାର ପିଲାମାନଙ୍କ ଭିତରେ ବିଭିନ୍ନ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନୂତନ ଯୁବ କ୍ରୀଡାବୀତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଭବିଷ୍ୟତରେ ଜଣେ ଜଣେ ସଫଳ କ୍ରୀଡାବିତ ସୃଷ୍ଟି କରିବା ଏହି ପ୍ରଶିକ୍ଷଣର ଲକ୍ଷ୍ୟ ବୋଲି କୋଚ ସୈାକତ ଖାନ କହିଥିଲେ । ସମ୍ମାନୀତ ଅତିଥି ଭାବେ କାଉନସିଲର ସେକ ଅସଲମ ଯୋଗଦେଇଥିଲେ । କୋଚ ସଶ୍ମିତା ପଣ୍ଡା, ମନୋଜ ସାହୁ, ଜ୍ୟୋତିର୍ମୟ ଦାସ, ସେକ ଆବାସ, ବଦ୍ରୀନାରାୟଣ ପତି ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ କୋଚ ସେକ ସୈାକତ ଖାନ୍ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ରୀଡାର ଭିନ୍ନ ଭିନ୍ନ କୈାଶଳ ଓ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ବୁଦ୍ଧିଜୀବୀମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୈାକତ ଖାନ ପରିଚାଳନା କରିଥିଲେ ।