ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ୍ ୟୁନିୟନ୍ କେନ୍ଦ୍ରାପଡାର ଶ୍ରମିକ ଦିବସ ସମାରୋହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ୟୁନାଇଟେଡ୍ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ୍ ୟୁନିୟନ୍ କେନ୍ଦ୍ରାପଡା ପକ୍ଷରୁ ସ୍ଥାନୀୟ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ସଂଘର ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୈାରସଂସ୍ଥା ଅଧ୍ୟକ୍ଷା ସରିତା ସାହୁ ଯୋଗଦେଇ ଆଜିର ଶ୍ରମିକ ଦିବସରେ ଟିପିସିଓଡିଏଲ୍ ତୁରନ୍ତ ସ୍ଥାୟୀ କର୍ମଚାରୀ ନିଯୁକ୍ତି, ଉପଭୋକ୍ତାମାନଙ୍କୁ ନିର୍ଭୁଲ ବିଲ୍ ପ୍ରଦାନ କରିବା ସହିତ ୨୪ ଘଣ୍ଟିଆ ସେବା ଯୋଗାଣ ଓ ଶ୍ରମିକମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ସରଞ୍ଜାମ ପ୍ରଦାନ ଆଦି ବହୁ ଗୁରୁତ୍ୱପୁର୍ଣ୍ଣ ଦାବୀ ଗୁଡିକ ମାନିନେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ । ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ନେବାପରେ ଜିଲ୍ଲାର ସ୍ୱଳ୍ପ ବିଦ୍ୟୁତ ଶ୍ରମିକମାନଙ୍କ ଉପରେ ପଡିଥିବା ଅତିରିକ୍ତ କାର୍ଯ୍ୟଭାର ଉପରେ କର୍ମଚାରୀମାନେ ଗଭୀର ଚିନ୍ତାବ୍ୟକ୍ତ କରିଥିଲେ । ବର୍ତ୍ତମାନ ଟିପିସିଓଡିଏଲ୍‌ରେ ୨ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ମାତ୍ର ୩୦୦ରୁ କମ୍ ବିଦ୍ୟୁତ ଶ୍ରମିକ ଦିନରାତି ପରିଶ୍ରମ କରି ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ପୂର୍ବତନ ରାଜ୍ୟସଭା ସାଂସଦ ତଥା କଟକ ମହାନଗର ନିଗମର ମେୟର ସୁବାଷ ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ଟିପିସିଓଡିଏଲ୍‌ରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀଙ୍କ ଉପସ୍ଥାପିତ ଦାବିଗୁଡିକ ତୁରନ୍ତ ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟୁତ ବିଭାଗରେ ସ୍ଥାୟୀ କର୍ମଚାରୀ ପରିବର୍ତ୍ତେ ଅସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟ ସମ୍ପାଦନକୁ ବକ୍ତାମାନେ ନାପସନ୍ଦ କରିଥିଲେ । ଏଠାରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କରିବା ଉପରେ ସମ୍ମାନୀତ ଅତିଥି ଜିଲ୍ଲା ଉପଭୋକ୍ତା ସଂଘର ସଭାପତି ଭୀମସେନ ପରିଡା, ପାରାଦୀପ ଡିଭିଜନ୍ ସଂଘର ସମ୍ପାଦକ ଆଦିତ୍ୟ ପ୍ରଶନ୍ନ ମହାନ୍ତି, ମାର୍ଶାଘାଇ ଡିଭିଜନ ସମ୍ପାଦକ ଦୀପକ କୁମାର ଜେନା, ଛେଣ୍ଡିପଦା କଲେଜର ପ୍ରାକ୍ତନ ଅଧ୍ୟାପକ ଡଃ. ଉପେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡା ପୈାରସଂସ୍ଥା ଉପାଧ୍ୟକ୍ଷା ଆକବରୀ ଖାତୁନ୍‌, ପ୍ରଫେସର ଅଜୟ କୁମାର ସାମଲ ପ୍ରମୁଖ ମତ ପୋଷଣ କରିଥିଲେ । କର୍ମଚାରୀମାନଙ୍କୁ ସୁରକ୍ଷା ସହିତ କାର୍ଯ୍ୟ କରିବାକୁ ଟିପିସିଓଡିଏଲ କେନ୍ଦ୍ରାପଡାର ସହକାରୀ ସାଧାରଣ ପ୍ରବନ୍ଧକ ଇଂ ପ୍ରଦୀପ୍ତ କୁମାର ଦାଶ ପରାମର୍ଶ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ କୁମାର ଜିତେନ୍ଦ୍ର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଟିପିସିଓଡିଏଲ୍‌ରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀଙ୍କ ଦାବିଗୁଡିକର ପୁରଣ କରିବାକୁ ସଂଘର ସଭାପତି ରାଜୀବ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ବିପିନ ବିହାରୀ ମଲ୍ଲ, ରାଜୀବ ସାହୁ, ବସନ୍ତ ମହଲା, ମାୟା ଗୋବିନ୍ଦ ପତି, ଉମେଶ ପତି, ରବିନାରାୟଣ ସୁତାର, ଉମାକାନ୍ତ ସେଠୀ, ମୀନକେତନ ସାହୁ, ଅଭିଜିତ ନାୟକ, ଦର୍ପନାରାୟଣ ବେହେରା, ହିମାଂଶୁ ପଣ୍ଡା, ପ୍ରଶନ୍ନ ପଣ୍ଡା, ଗୌରାଙ୍ଗ ସିଂ, ମୃତ୍ୟୁଞ୍ଜୟ ପଣ୍ଡା, ସଞ୍ଜୟ ପଣ୍ଡା, ଅଧିକାରୀ ଆଶିଷ ଦାସ, ଜ୍ଞାନ ଦାସ, ସୁଜିତ ବୋଷ, ମହେଶ୍ୱର ରାଉତ, ଜୀବନ ବଲ୍ଲଭ ଆଚାର୍ଯ୍ୟ, ଧିରେନ ମହାନ୍ତି, ଅଜୟ ବାରିକ, ସାନ୍ତନୁ ମହାରଣା, ସାଗର ଲାଲ୍‌, ଅଖିଳ ପୃଷ୍ଟି, ଦୈତାରୀ ନାୟକ, ଦେବବ୍ରତ୍ତ ଦାସ, ରଞ୍ଜିତ ମଲିକ, ପୁରୁଷୋତ୍ତମ ତରାଇ, ଅଶୋକ ନାୟକ, ଅଶ୍ୱରଞ୍ଜନ ଜେନା, ନାରାୟଣ ସାହୁ ଓ ସଂଘର ସମସ୍ତ ସେକ୍ସନର ସଂଗଠକ ଓ କାର୍ଯ୍ୟକାରୀ କମିଟିର ସଭ୍ୟମାନେ ପରିଚାଳନା କରିଥିଲେ । ଶେଷରେ ସଂଘର ଏମ୍‌ଆର୍‌ଟି ଡିଭିଜନ ସମ୍ପାଦକ ଶୁଶାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ