ୟୁନିକ୍ କ୍ଲବ ପୂଜା କମିଟି ପକ୍ଷରୁ ଗଜାନନ ପୂଜା ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆସ୍ଥିତ ମହାଦେବ ମନ୍ଦିର ଠାରେ ୟୁନିକ୍ କ୍ଲବ ପୂଜା କମିଟି ପକ୍ଷରୁ ଗଜାନନ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ପୁଷ୍କରିଣୀରୁ ରାଜେଶ କୁମାର ପାଢୀ କଳସ ଆଣିବା ପରେ ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପୂଜକ ରାମ ନାରାୟଣ ମିଶ୍ର ସମସ୍ତ ପୂଜାକର୍ମ ସଂପାଦନ କରିଥିଲେ । ପୂଜା କମିଟିର କାହ୍ନୁ ଚରଣ ମିଶ୍ର, ମହେଶ୍ୱର ପଣ୍ଡା, ସଂଗ୍ରାମ କେଶରୀ ଦାଶ, ଶେଷାଶୀର୍ଷ ଆଚାର୍ଯ୍ୟ, ଜଗବନ୍ଧୁ ପାଢୀ, ଦଶରଥ ଘଡେଇ, ପ୍ରକାଶ ପାଢୀ, ପିଣ୍ଟୁ ଶତପଥି, ପ୍ରିୟବ୍ରତ ପଣ୍ଡା, ରାଜେଶ ଜେନା, ବିନୋଦ ଶତପଥି, ସଦାଦନ୍ଦ ପଣ୍ଡା, ସତ୍ୟବ୍ରତ ପଣ୍ଡା, ମହେଶ୍ୱର ଘଡେଇ, ବିକାଶ ମଲ୍ଲିକ, ବାସୁଦେବ ଜେନା, ତୁଷାର ପାଢୀ, ସକଳ ଆଚାର୍ଯ୍ୟ, ପବିତ୍ର ଜେନା, ସୁରେନ୍ଦ୍ର ପଣ୍ଡା, ବସନ୍ତ ସେନାପତି, ଆକାଶ ମଲ୍ଲିକ, ପ୍ରକାଶ ମଲ୍ଲିକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।