ୟୁନିୟନ ବ୍ୟାଙ୍କର ୧୦୪ ତମ ପ୍ରତିଷ୍ଠା ଦିବସ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ୟୁନିୟନ ବ୍ୟାଙ୍କର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ୟୁନିୟନ ବ୍ୟାଙ୍କର ୧୦୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଙ୍ଗାଲୁରର ଡେପୁଟି ଜେନେରାଲ ମ୍ୟାନେଜର ତଥା ଷ୍ଟାଫ୍ କଲେଜର ଅଧ୍ୟକ୍ଷ ହୃଷିକେଶ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆଂଚଳିକ କାର୍ଯ୍ୟାଳୟର ଆଂଚଳିକ ମୁଖ୍ୟ ସତ୍ୟବ୍ରତ ସାମଲ, ଉପ ଆଂଚଳିକ ମୁଖ୍ୟ ରାମ ଚନ୍ଦ୍ର ବେହେର ଦଳାଇ, ଛତ୍ରପୁର ୟୁନିୟନ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଏକ ‘ମୁୁସ୍କାନ’ ସ୍କିମର ଶୁଭାରମ୍ଭ ହୋଇଥିଲା । ଏହା ସହ ୧୦ ଜଣ ହିତାଧିକାରୀଙ୍କୁ କେନ୍ଦ୍ର ପକ୍ଷରୁ ୨୮.୬୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସେହିପରି ଗୋପାଳନ ଓ ଜିଆଖତ ତିଆରି କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ ନଳୀନି ରଞ୍ଜନ ସାହୁ ଓ ସୁରେଶ କୁମାର ରଥଙ୍କ ସମେତ ବହୁ କର୍ମକର୍ତ୍ତା ଓ ସ୍ୱୟଂ ସହାୟିକା ମହିଳାମାନେ ଉପସ୍ଥିତ ଥିଲେ ।