ୟୁନିୟନ ବ୍ୟାଙ୍କ ପକ୍ଷରୁ ଛାତ୍ରୀହଷ୍ଟେଲକୁ ଆକ୍ୱାଗାର୍ଡ଼ ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ନାରୀ ସଶକ୍ତିକରଣକୁ ଆଗେଇନେବା ଓ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତ୍ୟସାଇ ବିଦ୍ୟାବିହାରର ଛାତ୍ରୀମାନଙ୍କ ପାଇଁ ଏକ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା (ୱାଟର ପିୟୁରିଫାଏ ମେସିନ- ଆକ୍ୱାଗାର୍ଡ଼) ପ୍ରଦାନ କରାଯାଇଛି । ସତ୍ୟସାଇ ବିଦ୍ୟାବିହାରର ଛାତ୍ରୀ ନିବସରେ ଏହି ୱାଟର ପିୟୁରିଫାଏ ମେସିନ ସ୍ଥାପନ କରାଯାଇଛି । ୟୁନିୟନ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ନିରଂଜନ ବାରିକ ଓ ଉପ-ମୁଖ୍ୟ ପ୍ରବନ୍ଧକ ଗଜେନ୍ଦ୍ରେ ନାଥ ଦାସଙ୍କ ଉପସ୍ଥିତିରେ ଏହି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ହଷ୍ଟେଲର ଛାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏହି ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ଦୁଇ ପ୍ରବନ୍ଧକ ଆଶା ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦାମୋଦର ନାୟକ ସନ୍ତୋଷ ପ୍ରକାଶ ସହ ବ୍ୟାଙ୍କର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପାନୀୟଜଳ ବ୍ୟବସ୍ଥା ଉଦଘାଟନ ବେଳେ ୟୁନିୟନ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ସ୍ଥାପନ କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ