ୟୁପି ସ୍କୁୁଲ ସରକାରୀ ଶିକ୍ଷକଙ୍କ ଠାରୁ ଭିଜିଲାନ୍ସ ୪କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଠାବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଲାବଣ୍ୟଗଡ ପଞ୍ଚାୟତର ଏସ.ରାଉତପୁର ଗ୍ରାମ ସ୍କୁଲର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଠାରୁ ଭିଜିଲାନ୍ସ ରେଡ୍ କରି ୪କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଠାବ କରିଥିବା ସୁଚନା ମିଳିଛି । ସବିଶେଷ ରେଡ୍ ଶେଷ ହେଲେ ଆହୁରି ଅଧିକା ସମ୍ପତ୍ତିର ତାଲିକା ଲୋକଲୋଚନକୁ ଆସିବ ବୋଲି କୁହାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସକାଳୁ ସକାଳୁ ଏହି ଶିକ୍ଷକଙ୍କ ବାସଭବନ ସମେତ ୧୧ଗୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଏହି ଚଢାଉରେ କେତେକ ବିଦେଶୀ ମୁଦ୍ରା ସହ କୋଟି କୋଟି ଟଙ୍କା ସମ୍ପତ୍ତିର ବିଭିନ୍ନ କୋଠା, ୮ଗୋଟି ପ୍ଲଟ ଆଦିର ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି । ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନିଲ କୁମାର ପାତ୍ରଙ୍କ ଠାରୁ ପ୍ରକାଶ,୧୯୯୬ ମସିହାରେ ଦୁଷ୍ମନ୍ତ ନାୟକ ଶିକ୍ଷକତା ଜିବନ ଆରମ୍ଭ କରି ଏତେ ଟଙ୍କାର ସମ୍ପତ୍ତି କିପରି ଠୁଳ କରିପାରିଛନ୍ତି, ତାହାର ତଦନ୍ତ କରାଯିବ । ଅନ୍ୟ ପକ୍ଷରେ ଶିକ୍ଷକ ଦୁଷ୍ମନ୍ତ ନାୟକ କହିଛନ୍ତି,ମୁଁ କୌଣସୀ ବେଆଇନ କାର୍ଯ୍ୟ କରି ସମ୍ପତ୍ତି ଠୁଳ କରି ନାହିଁ । ଏହି ସମସ୍ତ ସମ୍ପତ୍ତି ମୋର ପିତୃ ଅର୍ଜିତ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ