ୟୁବିଏସ୍ଏସ୍ ତରଫରୁ ରନ୍ଧାଖାଦ୍ୟ ରାସନ ଓ ସୁଖିଲା ଖାଦ୍ୟ ବିତରଣ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ଜନିତ ଲକଡାଉନ୍ ସମୟରେ ବହୁ ଅସହାୟ ଦିନ ମଜୁରିଆ, ଖଟିଖିଆ, ଗରିବ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛି ଉତ୍କଳ ବିପନ୍ନ ସହାୟତା ସମିତି । ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁୁ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ୮୦୦ ପରିବାରକୁ ୧୬୬୭ ରାସନ ସାମଗ୍ରୀ ପ୍ୟାକେଟ ଓ ୩୬୮ ଶୁଖିଲା ଖାଦ୍ୟ ପ୍ୟାକେଟ ବିତରଣ କରାଯାଇଛି । ପ୍ରତ୍ୟେକ ରାସନ ସାମଗ୍ରୀ ପ୍ୟାକେଟରେ ୫ କି.ଗ୍ରା ଚାଉଳ, ୨ କି.ଗ୍ରା ଆଳୁ, ୧ କି.ଗ୍ରା ଡାଲି, ସାନିଟାଇଜର ୧୦୦ ମି,ଲି, ସାବୁନ ୨ ପ୍ୟାକେଟ, ବିସ୍କୁଟ ୨ ପ୍ୟାକେଟ, ସୋରିଶ ତେଲ ୨୦୦ ମି.ଲି, ୨ ଟି ମାସ୍କ ଥିବା ବେଳେ ସୁଖିଲା ଖାଦ୍ୟ ପ୍ୟାକଟରେ ୨ କି.ଗ୍ରା ଚୁଡା, ଗୁଡ ୫୦୦ ଗ୍ରାମ, ବିସ୍କୁଟ ୨ ପ୍ୟାକେଟ, ସାନିଟାଇଜର ୧୦୦ ମି.ଲି, ୨ ପ୍ୟାକେଟ ସାବୁନ ଆଦି ସାମଗ୍ରୀ ଦିଆଯାଉଛି । ଅପ୍ରେଲ ୧୮ ତାରିଖରେ ୨୭୦ ପ୍ୟାକେଟ ରାସନ ସାମଗ୍ରୀ ଓ ୧୬୮ ପ୍ୟାକେଟ ସୁଖିଲା ଖାଦ୍ୟ ବିତରଣ କରାଯାଇଥିବା ବେଳେ ୧୯ ତାରିଖରେ ତପୋବନ ବସ୍ତି, ଖଣ୍ଡଗିରି, ରଘୁନାଥ ନଗର ବସ୍ତି, ଡୁମଡୁମା, ବରମୁଣ୍ଡା, ରେଂଟାଲ କଲୋନୀ ଅଂଚଳରେ ୩୦୦ ପ୍ୟାକେଟ ରାସନ ସାମଗ୍ରୀ ବିତରଣ କରାଯାଇଛି । ୨୦ ତାରିଖରେ ବେହେରା ସାହି, ସୋମପୁର, ଅନ୍ଧାରୁଆ, ଗଙ୍ଗାନଗରରେ ୪୦୩ ପ୍ୟାକେଟ ରାସନ ସାମଗ୍ରୀ, ୨୧ ତାରିଖ ଦିନ ୟୁନିଟ-୮, ୟୁନିଟ-୬, ଗଙ୍ଗନଗର, ଆଇଗଣିଆର କେଳାସାହି, କାରଗିଲ ବସ୍ତି, ଫରେଷ୍ଟ ପାର୍କ ଆଦି ଅଂଚଳରେ ୩୮୪ ପ୍ୟାକେଟ ରାସନ ସାମଗ୍ରୀ ଓ ୧୩୦ ପ୍ୟାକେଟ ସୁଖିଲା ଖାଦ୍ୟ ବିତରଣ କରାଯାଇଥିବା ବେଳେ ୨୨ ତାରିଖରେ ୩୧୦ ପ୍ୟାକେଟ ରାସନ ସାମଗ୍ରୀ ବିତରଣ କରାଯାଇଛି । ଏଥି ସହିତ ୟୁବିଏସ୍ଏସ୍ ତରଫରୁ ପ୍ରତ୍ୟେକ ଦିନ ଭୁବନେଶ୍ୱର ସହରର ପଳାଶୁଣି, ରସୁଲଗଡ, ବାଣୀବିହାର, ରାଜମହଲ,ଖଣ୍ଡଗିରି ଇତ୍ୟାଦି ଅଂଚଳରେ ୩୦୦ ଲୋକଙ୍କୁ ରନ୍ଧାଖାଦ୍ୟ ୧୨ ଦିନ ପର୍ଯ୍ୟନ୍ତ ଦିଆଯାଇଛି । ଏପରିକି ଛୋଟ ପିଲାମାନଙ୍କୁ ବ୍ରେଡ ଓ କ୍ଷୀର ବଂଟନ କରାଯାଇଛି । ସମିତି ତରଫରୁ ସହରରେ ବୁଲୁଥିବା ଗାଈ ମାନଙ୍କୁ ମଧ୍ୟ ନଡା ବଂଟନ କରାଯାଇଥିଲା । ଏବଂ ସହରରେ ବୁଲୁଥିବା ମାଙ୍କଡମାନଙ୍କୁ ମଧ୍ୟ କଦଳୀ ବିତରଣ କରାଯାଇଥିଲା । କରୋନା ଭୂତାଣୁର ବିତ୍ପାତ ଏବେ ସାରା ପୃଥିବୀରେ ବିଭୀଷିକାମୟ ସୃଷ୍ଟି କରିଥିବା ବେଳେ ଭାରତରେ ବର୍ତମାନ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଛି । ମାନବ ସେବା ହିଁ ଇଶ୍ୱର ସେବା । ଏହି ଉକ୍ତିକୁ ଆଧାର କରି ଲକଡାଉନ ସମୟରେ ଖଟିଖିଆ, ଦିନ ମଜୁରିଆ, ଅସହାୟ ଗରିବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଉଛି ୟୁବିଏସ୍ଏସ୍ ।