ୟୁରୋ ସ୍କୁଲ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ
ଛତ୍ରପୁର, (ଦେବଦତ୍ତ ମହାରଣା) : ଶକ୍ତି ଏଣ୍ଡ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ଆନ୍ତର୍ଜାତିକ ମାର୍କା ୟୁରୋ ସ୍କୁଲ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ସ୍କୁଲ ପକ୍ଷରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକ ମାନଙ୍କ ଉପସ୍ଥିତିରେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । ବିଦ୍ୟାଳୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର ଓ ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡୀ ପ୍ରମୁଖ ଉପସ୍ଥିତରେ ପୁରସ୍କାର ବିତରଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସ୍କୁଲ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ ମାଧ୍ୟମରେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ୟୁରୋ ସ୍କୁଲର ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର, ମୁଖ୍ୟ ପୋଷ୍ଟ ପୋଷକ ସସ୍ମିତା ମହାପାତ୍ର ଓ ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡୀ ସାମିଲ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ ।


