ୟୁରୋ ସ୍କୁଲ ରେ ନିଆରା ଢ଼ଙ୍ଗ ରେ ପାଳନ ହେଲା ଗୁରୁ ଓ ଶିଷ୍ୟର ମହାନ୍ ପରମ୍ପରା

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ପବିତ୍ର ଗୁରୁ ଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଗୁରୁ ଦିବସ ଭାବେ ମହା ଆଡମ୍ଭର ସହକାରେ ପାଳନ କରାଯାଉଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଦେଖାଉଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ୍‌ ସ୍ମରଣୀୟ । ସେଥି ପାଇଁ କଥାରେ ଅଛି ଗୁରୁ ବିନା ଜ୍ଞାନ ଅସମ୍ଭବ । ଖାଲି ପାଠପଢା କ୍ଷେତ୍ରରେ ନୁହେଁ -ସଙ୍ଗୀତ, ନୃତ୍ୟ, ଚିତ୍ରକଳା ଠାରୁ ଆରମ୍ଭ କରି ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢିବା ନିମନ୍ତେ ଗୁରୁ ଟିଏ ଲୋଡିଥାଉ । ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ । ଶିଷ୍ୟର ଚରିତ୍ର ଗଠନ କରିବାରେ ହେଉ କିମ୍ବା ଶିଷ୍ୟକୁ ଭଲ ମଣିଷ ଭାବେ ଗଢି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ସ୍ଥାନୀୟ ଜେଲ ରୋଡ ସ୍ଥିତ ୟୁରୋ ସ୍କୁଲ ପରିସରରେ ଆୟୋଜିତ ପବିତ୍ର ଗୁରୁ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହ ଗୁରୁ ଶିଷ୍ୟ ର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ଗୁରୁ ଶିଷ୍ୟ ର ପରମ୍ପରା କୁ ପାଳନ କରାଯାଇଛି । ଛାତ୍ରଛାତ୍ରୀ ମାନେ ପ୍ରଥମେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଚନ୍ଦନ, ସିନ୍ଦୁର ଲଗାଇ ସେମାନଙ୍କ ଉଦ୍ଦେଶ୍ୟରେ ବନ୍ଦନା ଗାଇବା ସହିତ ମିଷ୍ଠାନ୍ନ ଖୁଆଇ ଗୁରୁ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଗୁରୁ ଶିଷ୍ୟର ପରମ୍ପରାକୁ ଅଧିକ ଆକର୍ଷଣ କରିବା ପାଇଁ କେକ କଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଗୁଣଗାନ କରିବା ସହିତ ଗୁରୁ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପକ୍ଷରୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ