ୟୁସିଆଇ ଲେଡ଼ିଜ ଫୋରମ ଏବଂ ଏମ୍ଡିବି ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଓ ମାସ୍କ୍ ବଣ୍ଟନ
ଭୁବନେଶ୍ୱର, (ୱାଇଏନ୍ଏସ୍): ସ୍ଥାନୀୟ ତ୍ରୈଲୋକ୍ୟପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମ ଯଥା ବଡ଼ରାଜା, ଆୟତନ, ମୋହାଦେଇପୁର, ଗଙ୍ଗାଧର ପ୍ରସାଦ, ଶିଶୁଆ ଏବଂ ଆଖୁଳିପଦା ଗ୍ରାମପଞ୍ଚାୟତ ଅଧିନରେ ବତ୍ତନୀ ପାତ୍ର ସାହି ଆଦି ଭ୍ରମଣ କରି ରିଲିଫ ସାମଗ୍ରୀ ଯଥା ସାଢ଼ୀ, ଗାମୁଛା, ସର୍ଫ, ସାବୁନ ଏବଂ ମାସ୍କ୍ ବଣ୍ଟନ କରାଯାଇଛି । ୟୁସିସିଆଇ ଲେଡ଼ିଜ ଫେରମ ତରଫରୁ ୧୨୫ ଜଣଙ୍କ ନିମନ୍ତେ ଏବଂ ଏମ୍ଡ଼ିବି ଫାଉଣ୍ଡେସନ ତରଫରୁ ୨୩୦ ଜଣଙ୍କ ନିମନ୍ତେ, ଏହିପରି ସମୁଦାୟ ୩୫୫ ଜଣଙ୍କ ପାଇଁ ବଣ୍ଟନ କାର୍ଯ୍ୟ କରାଯାଇଥିଲା । ଉପରୋକ୍ତ କ୍ୟାମ୍ପରେ ୟୁସିସିଆଇ ଲେଡ଼ିଜ ଫୋରମ ତରଫରୁ ସଭାପତି ଡ଼ଃ ଗୀତା ପାଢ଼ୀ,, ସ୍ମିତା ପାଢ଼ୀ ଏବଂ ଆରେବଣ ମଲ୍ଲ ସଭ୍ୟ ଏବଂ ବିରଜା ଆଚାର୍ଯ୍ୟ, ତପନ ପାଣି ଓ ପ୍ରତାବ ସାର ଏମ୍ଡିବି ଫାଉଣ୍ଡେସନ ତରଫରୁ ଯୋଗଦାନ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ସ୍ୱାଇଁ, ଉପରୋକ୍ତ କ୍ୟାମ୍ପ୍କୁ ଆୟୋଜନ କରିଥିଲେ ।


