ୟୁ ଆଣ୍ଡ ଆଇର ଓଡ଼ିଶା ବଜାର ଉପରେ ନଜର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଥାଇଲାଣ୍ଡର ବ୍ୟାଙ୍କଙ୍ଗଠାରେ ଆୟୋଜିତ ବାର୍ଷିକ ସର୍ବଭାରତୀୟ ବିକ୍ରେତା ସମ୍ମିଳନୀରେ ଭାରତର ସର୍ବାଧିକ ମୋବାଇଲ ଉପକରଣ ଉତ୍ପାଦନକାରୀ ତଥା ବିକ୍ରେତା ୟୁ ଆଣ୍ଡ ଆଇ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ସାରା ଦେଶର ୧୧୭୮ ପ୍ରତିନିଧି ଯୋଗ ଦେଇଥିଲା ବେଳେ ଟି. ରବି କୁମାର ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ୨୫ଜଣ ଡିଲର ଅଂଶଗ୍ରହଣ କରିଥିଲେ । ଓଡ଼ିଶା ପ୍ରତିନିଧି ଦଳ ୟୁ ଆଣ୍ଡ ଆଇର ମାଲିକ ପରେଶ ବିଜ, ନବୀନ ବିଜ ଏବଂ ମିଟ୍ ବିଜଙ୍କ ସହ ରାଜ୍ୟରେ ବ୍ୟବସାୟିକ ଅଗ୍ରଗତି ଏବଂ ମାର୍କେଟିଂ ରଣନୀତି ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ବିଦେଶୀ ବଜାରରେ ନିଜର ଚାହିଦା ଓ ଅଂଶଧନ ବୃଦ୍ଧି ନିମିତ୍ତ କମ୍ପାନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ବ୍ୟବସାୟିକ ବୃଦ୍ଧି ଓ ନୂତନ ଉପକରଣ ସାମଗ୍ରୀର ବଜାର ପ୍ରଚଳନ ପାଇଁ ଟିମ୍ ଓଡ଼ିଶାକୁ ବଲିଉଡ୍ ସେଲିବ୍ରେଟି ନୋରା ଫତେହି ପୁରସ୍କାର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ