ୟୁ.ଜି.ସି.ର ନେଟ ପରୀକ୍ଷାରେ ସଦାଶିବ ଓ ମଧୁସ୍ମିତାଙ୍କ କୃତ୍ତିତ୍ୱ

ପୋଲସରା, (ଅନିଲ କୁମାର ମହାରଣା):ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ଜାତୀୟ ଯୋଗ୍ୟତା ପରୀକ୍ଷା (NET)ର ୨୦୨୧ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ସେଥିରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ମଥୁରା ଗ୍ରାମର ସଦାଶିବ ନାୟକ ୯୮.୯୮ ପ୍ରତିଶତ ମାର୍କ ଓ ଗ୍ରାମର ବୋହୁ ମଧୁସ୍ମିତା ମହାନ୍ତ ୯୬.୬୦ ପ୍ରତିଶତ ମାର୍କ ରଖି କୃତିତ୍ଵ ହାସଲ କରିଛନ୍ତି। ୧୦୦ ଟି ବିଭାଗର ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଅନୁଷ୍ଠିତ ଡିସେମ୍ବର ୨୦୨୧ ଓ ଜୁନ ୨୦୨୨ ରେ ପ୍ରାୟ ୪ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ୧୧୦୦୦ ଛାତ୍ରଛାତ୍ରୀ କୃତ୍ତିତ୍ୱ ହାସଲ କରିଛନ୍ତି । ସେଥି ମଧ୍ୟରୁ ଓଡିଆ ଭାଷା ସାହିତ୍ୟ ବିଭାଗରେ ସମୁଦାୟ ୩୨୪୩ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିବା ବେଳେ ୨୧୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ପୁଅ ସଦାଶିବ ନାୟକ ଓ ଚନ୍ଦନ ମହାପାତ୍ରଙ୍କ ଧର୍ମପତ୍ନୀ ମଧୁସ୍ମିତା ମହାନ୍ତ କୃତିତ୍ଵ ହାସଲ କରିଛନ୍ତି। ଦୃଢ ଇଚ୍ଛା ଶକ୍ତି ଓ କଠିନ ଅଧ୍ୟବସାୟ ବଳରେ ସଫଳତା ହାସଲ କରି ହୁଏ ବୋଲି ଏହି ଫଳାଫଳରୁ ପ୍ରମାଣିତ ହୋଇଛି। ଉଭୟଙ୍କ କୃତ୍ତିତ୍ୱ ପାଇଁ ମଥୁରା ସବୁଜ ମୈତ୍ରୀ ପାଠାଗାର ତରଫରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରଯାଇଛି। ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଉଭୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ