ୠଣ ସୁଝିବାକୁ ୫୦୦ ନବ-ମତଦାତାଙ୍କର ପଣ
ବାଲେଶ୍ୱର, (ସରୋଜ ପଣ୍ଡା): “ୠଣ ସୁଝିବାକୁ ୫୦୦ ନବ-ମତଦାତାଙ୍କର ପଣ” କଥାଟି ଶୁଣିବାକୁ ଅଡ଼ୁଆ ମନେ ହେଲେ ହେଁ କଥାଟି ସତ। ବାଲେଶ୍ଵର ସାଂସଦ ତଥା ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବର୍ତ୍ତମାନ ପର୍ଯ୍ୟନ୍ତ ବାଲେଶ୍ଵର ଓ ଆଖପାଖ ଜିଲ୍ଲାରୁ ହଜାର ହଜାର ଗରିବ, ଅସହାୟ ଓ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇବାର ସୁବନ୍ଦୋବସ୍ତ କରିଆସୁଛନ୍ତି। ସେହି ପିଲାମାନଙ୍କ ମଧ୍ୟରେ ଯେଉଁମାନେ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ମତଦାନ କରିବାକୁ ଯାଉଛନ୍ତି ସେଭଳି ୫୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଲୋକସଭା କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ପ୍ରାଥମିକ ଶିକ୍ଷାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବ୍ଯବସ୍ଥା କରି ତାଙ୍କ ଜୀବନରେ ଆଶା ଆଲୋକର କୀରଣ ଭରିଦେଇ ଥିବାରୁ ସେମାନେ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରି ୠଣ ପରିଶୋଧ କରିବା ପାଇଁ ଚଳିତ ନିର୍ବାଚନରେ ଲୋକସଭାର କୋଣ ଅନୁକୋଣରେ ପହଞ୍ଚି କାର୍ଯ୍ୟ କରିବେ ବୋଲି ଶପଥପାଠ କରିଛନ୍ତି।


