୧ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଲକ୍ ଡାଉନ୍ ସମୟରେ ଘରେ ଘରେ ଏଲପିଜି ସିଲିଣ୍ଡର ଯୋଗାଣ କାର୍ଯ୍ୟକୁ ନିଶ୍ଚିତ କରିଥିବାରୁ ଏଲପିଜି ଡେଲିଭରି ବୟ ଏବଂ ବିରତକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ  ଡେଲିଭରି ବୟଙ୍କୁ ବର୍ତମାନ ସମୟରେ ଆଗଧାଡିର ଯୋଦ୍ଧା ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ନିସ୍ୱ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଯୋଜନାରେ ହିତାଧିକାରୀ ମାନଙ୍କୁ ମାଗଣାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ପହଁଚାଇବା କାମକୁ ସଠିକ୍ ଭାବରେ କରିବା ନେଇ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା କାଳରେ ଏଲପିଜି ବିତରକ ତଥା କର୍ମଚାରୀ ଓ ଡେଳିଭରି ବୟଙ୍କୁ କରୋନା ଭାଇରସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ବିତରକ ମାନଙ୍କୁ କହିଥିଲେ । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଡେଲିଭରି ବୟଙ୍କୁ ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‌, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନନା କରିବା ସହ ଡେଲିଭରି ସମୟରେ ମଧ୍ୟ ଉପଭୋକ୍ତାଙ୍କୁ ସଚେତନତା କରିବା ଉପରେ କେନ୍ଦ୍ରମନ୍ତ୍ରୀ ବିଚାରବିମର୍ଷ କରିଥିଲେ । କରୋନା ସଂକ୍ରମଣର ବି ଦକୁ କମ୍ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା, ସ୍ୱଚ୍ଛତା କାର୍ଯ୍ୟକୁ ଜାରୀ ରଖିବାକୁ ବିତରକମାନଙ୍କୁ ଆହ୍ୱାନ କରିଥିଲେ । ଏହାସହ ଆଗଧାଡିର ଏଲପିଜି ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କର ଯତ୍ନ ନେବାକୁ ପ୍ରଧାନ ବିତରକମାନଙ୍କୁ ଏହି ଆଲୋଚନାରେ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ