୧୦ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରୋଟ୍ରାକ୍ଟ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଈ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଯଶୁଆପୁର ଗ୍ରାମରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ରୋଟାରୀ ଇ-କ୍ଲବ ଅଫ୍ ଡ଼ିଷ୍ଟ୍ରିକ୍ଟ-୩୨୬୨ର ସଭାପତି ଶ୍ରୀମତୀ ରୋଜି ରଥ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ୧୦ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଯଥା-ସ୍କୁଲ୍ ବ୍ୟାଗ, ଖାତା, କଲମ, ଟେଷ୍ଟପେପର୍ସ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଏବଂ ଉପସଭାପତି ଶ୍ରୀଲିପି କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।