୧୦ଦଫା ଦାବି ପୁରଣ ପାଇଁ ଆଶାକର୍ମୀ ଙ୍କ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିôଳ ଓଡିଶା ଆଶାକର୍ମୀ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ପ୍ରସ୍ତୁତି ବୈଠକ ଗୋପଛକ ଠାରେ ଉପସଭାପତି ସୁକାନ୍ତୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୨ଶହିଦ ଆଶାକର୍ମୀଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ମହାକାଳପଡାର ସଭାପତି ରଞ୍ଜୁଲତା ବେହେରା, ନନ୍ଦିନୀ ସ୍ୱାଇଁ, କବିତା ସାମଲ, ଭଜହରି ପ୍ରଧାନ, ଅକ୍ଷୟ ମଲ୍ଲିକ, ଅଜୟ ସାମ. ମାନିନି ମଲ୍ଲିକ, ସସ୍ମିତା ବାରିକ ପ୍ରଭୃତି ଆଶାକର୍ମୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏ.ଆଇ.ଟି.ୟୁ.ସି. ନେତା ଆଇନଜିବି ରମଣୀରଞ୍ଜନ ରାଉତରାୟ,ସରସ୍ୱତୀ ସ୍ୱାଇଁ, ବନ୍ଦନା ମଳ୍ଲିକ ପ୍ରମୁଖ ଦାବିକୁ ସମର୍ଥନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଯଦି ସରକାର କାମ ଅନୁସାରେ ପ୍ରାପ୍ୟ ପ୍ରଦାନ ନକରନ୍ତି, ଆଶାମାନଙ୍କୁ ପଦୋନ୍ନତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, କରୋନା ସହାୟତା ଦୈନିକ ପାରିଶ୍ରମିକ ବାବଦକୁ ଏକ ହଜାର ଟଙ୍କା ନଦିଅନ୍ତି ପ୍ରଭୃତି ଦଶଦଫା ଦାବିକୁ ନେଇ ଆସନ୍ତା ସୋମବାର ସମସ୍ତ ପିଏଚସିରେ ଦାବିପତ୍ର ପ୍ରଦାନ କରାଯିବ । ଆସନ୍ତା ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏହା ପରେ ଦାବି ହାସଲ ନହେଲେ ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।