୧୦ନଂ ୱାର୍ଡ ର ସାହି କୁ ସାହି ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ରବିବାର ଅଚାନକ ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୦ନଂ ୱାର୍ଡ ର ବିଭିନ୍ନ ସାହି ର ଘର କୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ୱାର୍ଡ ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ, ଏହା ସହିତ ୱାର୍ଡ ବାସୀଙ୍କ ଆବଶ୍ୟକ ଅନୁଯାୟୀ କିଛି କାର୍ଯ୍ୟ ସାହି ବାସିନ୍ଦା ମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ବିଧାୟକ ଶ୍ରୀ ବେହେରା ପ୍ରଥମେ ରାମକୃଷ୍ଣ ନଗର, ଶ୍ରୀନଗର, ଆଗ୍ରହରମ ବୁଲି ବିଭିନ୍ନ କାର୍ଯ୍ୟ ଦେଖିବା ପରେ ବ୍ୟାରେକ ସାହି ସ୍ଥିତ ଶ୍ରୀ ଗଣେଶ ମନ୍ଦିର ପ୍ରାଙ୍ଗଣରେ କିଛି ୱାର୍ଡବାସୀଙ୍କ ସହିତ ବିଧାୟକ ଶ୍ରୀ ବେହେରା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ, ଏହି ଅଵସର ରେ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର,୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠି,୯ନଂ କାଉନସିଲର ୱାର୍ଡ ପ୍ରୀତିଛନ୍ଦା ସାମଲ,8ନଂ ୱାର୍ଡ କାଉନସିଲର କେ. ରମେଶ, ବିରିଷ୍ଟ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ଅଵସରପ୍ରାପ୍ତ ସେକ୍ସନଅଫିସର ପ୍ରଶାନ୍ତ କୁମାର ଶତପଥି ,ଗୌରୀ ଶଙ୍କର ପାଢ଼ୀ , ଝିଲିବାଳା ରାଉତ, ଗୀତା ସାହୁ, ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୂଖ ପଟ୍ଟନାୟକ, ବିଜୁ ଆଇନ ସାମ୍ମୁଖ୍ୟ ର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପାଲ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ଦାଶ,କୃଷ୍ଣ ବେହେରା,ପ୍ରଦୀପ ପାତ୍ର, ଛତ୍ରପୁର ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ମିଟୁ ବେହେରା, ରଞ୍ଜନ ସାହୁ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ର ସଭାପତି ପୂର୍ଣ୍ଣବାସୀ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ