୧୦ମାସ ପରେ ଖୋଲିଲା ଛେନାପଦି ବିଶ୍ୱତାରିଣୀ ମନ୍ଦିର

ହାଟଡିହି,(ବିକାଶ ବିଶ୍ୱାଳ): ଦୀର୍ଘ ୧୦ମାସର ବନ୍ଦ ପରେ ଆଜିଠୁଁ ଖୋଲିଛି ମନ୍ଦିର । ସରକାରଙ୍କ ନୀତିନିୟମ ଅନୁଯାଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ମନ୍ଦିର ଖୋଲା ଯାଇଥିବାବେଳେ ଛେନାପଦି ଛକର ମା ବିଶ୍ୱତାରିଣୀ ମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି । ସେଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରକୁ ଫୁଲ ଓ ପତାକା ମାଳାରେ ସଜ୍ଜିତ କରାଯିବା ସହିତ ଆଜି ମା ତାରିଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପୁର୍ବରୁ କେବଳ ମା’ଙ୍କ ନିତୀକାନ୍ତି ପୂଜା ହେଉଥିବାବେଳେ ଶ୍ରଦ୍ଧାଳୁ ମାନଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗାଯାଇଥିଲା । ଆଜି ବି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କୁ କୋଭିଡ ନିୟମ ପାଳନ କରି ମନ୍ଦିରରେ ପୂଜାର୍ଚ୍ଚନା କରିବାପାଇଁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ