୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ
ହିଂଜିଳିକାଟୁ, (ଶେଷଦେବ ସାହୁ) : ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରୋ ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୭୦.୭୮ % ରହିଥିବା ବେଳେ ହିଂଜିଳି ବ୍ଳକରେ ପାସ ହାର ୭୨.୭୨ % ରହିଛି । ଚଳିତ ବପର୍ଷ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଂଜିଳି ବ୍ଳକର ୨୭ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୯୩୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୦୮ ଜଣ ପାସ କରିଥିବା ବେଳେ ୫୨୮ ଜଣ ଫେଲ୍ ହୋଇଛନ୍ତି ।ସେଥି ମଧ୍ୟରୁ ଏ-୧ ରେ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁବୋଧା ଷଡ଼ଙ୍ଗୀ ୯୨ % ରଖିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୭ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି ।ସେମାନେ ହେଲେ ଅମନ ପାଣିଗ୍ରାହୀ- ୫୬୮ ମାର୍କ, ସାଧନାରାଣୀ ବେହେରା- ୫୫୦ ମାର୍କ, ଚିନ୍ମୟି ପ୍ରଧାନ- ୫୪୧ ମାର୍କ, ଉମେଶ ଭୂୟାଁ- ୫୪୧ ମାର୍କ, ଅଶ୍ୱିନି ସ୍ୱାଇଁ- ୫୪୦ ମାର୍କ, କିର୍ତିକା ବେହେରା- ୫୪୦ ମାର୍କ, ଶ୍ରୀୟା ସରଗମ ନାୟକ – ୫୪୦ ମାର୍କ । ଏବଂ ଏ-୨ ରେ ୫୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି ।ବାଳକୃଷ୍ଣପୁର ସରକାରୀ ଉତୀର୍ଣ୍ଣ ଉଚ୍ଚ ବିଦ୍ୟାଳୟରେ ୩୬ ରୁ ୨୬ ପାସ ହୋଇଛନ୍ତି ।ସ୍ମିତାରାଣୀ ଚୌଧୁରୀ ସର୍ବାଧିକ ୪୨୦ ମାର୍କ ରଖିଛନ୍ତି । ଦୟାନିଧିପୁର ସଂସ୍କୃତ ବିଦ୍ୟାଳୟର ସମସ୍ତ (୮ଜଣ) ପରୀକ୍ଷାର୍ଥୀ ପାସ କରିଛନ୍ତି । ଶୁଭ୍ରାଶୁଂ ଶେଖର ସର୍ବାଧିକ ୩୯୦ ମାର୍କ ରଖିଛନ୍ତି ।ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ୬୧ ରୁ ୪୫ ପରୀକ୍ଷାର୍ଥୀ ପାସ କରିଛନ୍ତି । ଶିବାନନ୍ଦ ପ୍ରଧାନ ସର୍ବାଧିକ ୫୨.୬୬ % ମାର୍କ ରଖିଛନ୍ତି । ମକରଝୋଳ ଉଚ୍ଚ ବବିଦ୍ୟାଳୟର ୭୦ ରୁ ୪୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ପି. ରୋହିତ ସର୍ବାଧିକ ୪୨୩ ମାର୍କ ରଖିଛନ୍ତି ।ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟର ୧୦୮ ରୁ ୬୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ପି. ରାମପ୍ରସାଦ ସର୍ବାଧିକ ୪୩୫ ମାର୍କ ରଖିଛନ୍ତି । ସିକିରି ଉଦୟନାଥ ହାଇସ୍କୁଲର ୭୫ ରୁ ୫୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ଅମୃତମୟୀ ପଣ୍ଡା ସର୍ବାଧିକ ୪୫୨ ମାର୍କ ରଖିଛନ୍ତି ।ଆଲପୁର ହାଇସ୍କୁଲର ୭୧ ରୁ ୫୧ ପରୀକ୍ଷାର୍ଥୀ ପାସ କରିଛନ୍ତି ଌଗନ୍ନାଥ ଦଳାଇ ସର୍ବାଧିକ ୪୫୨ ମାର୍କ ରଖିଛନ୍ତି ।ଭାବନ୍ଧ ହାଇସ୍କୁଲର ୩୨ ରୁ ୨୦ ପରୀକ୍ଷାର୍ଥୀ ପାସ କରିଛନ୍ତି ।କେଶବ ପଣ୍ଡା ସର୍ବାଧିକ ୮୩.୫% ମାର୍କ ରଖିଛନ୍ତି । ବେଲଗାଁ ରଗୁଡ଼ାଥ ବିଦ୍ୟାପିଠର ୪୫ ରୁ ୩୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ପୂଜା ସାହୁ ସର୍ବାଧିକ ୪୪୧ ମାର୍କ ରଖିଛନ୍ତି ।ଖରିଡ଼ା ଉଚ୍ଚ ବିଦ୍ୟାଳୟର ୩୨ ରୁ ୨୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ମୋନାଲିସା ବେହେରା ସର୍ବାଧିକ ୩୭୯ ମାର୍କ ରଖିଛନ୍ତି ।ଶାସନ ଆମ୍ବଗାଁ ବିଦ୍ୟାପିଠର ୯୬ ରୁ ୬୩ ପରୀକ୍ଷାର୍ଥୀ ପାସ କରିଛନ୍ତି ।ସପନା ପ୍ରଧାନ ସର୍ବାଧିକ ୪୨୩ ମାର୍କ ରଖିଛନ୍ତି । ପୋଚିଲିମା ୩୪ ରୁ ୨୩ ପରୀକ୍ଷାର୍ଥୀ ପାସ କରିଛନ୍ତି । ପ୍ରୀତି ସାମନ୍ତରା ସର୍ବାଧିକ ୬୩% ମାର୍କ ରଖିଛନ୍ତି । ଆଙ୍କୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୬ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ- ୧ ରେ ୭ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଅମନ ପାଣିଗ୍ରାହୀ ସର୍ବାଧିକ ୫୬୮ ମାର୍କ ରଖିଛନ୍ତି । କଂଚୁରୁ ସରକାରୀ ଉଚ୍ଚ ବବିଦ୍ୟାଳୟର ୧୧୬ ରୁ ୭୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ଅନିତା ଗୌଡ଼ ସର୍ବାଧିକ ୪୩୯ ମାର୍କ ରଖିଛନ୍ତି । ହିଂଜିଳିକାଟୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୮୩ ରୁ ୧୩୨ ପାସ କରିଛନ୍ତି । ଏ- ୧ ରେ ରହିଥିବା ସୁବଧା ଷଡ଼ଙ୍ଗି ସର୍ବାଧିକ ୯୨ % ମାର୍କ ରଖିଛନ୍ତି ।ବୁରୁପୋଡ଼ା ଭଗବତି ବିଦ୍ୟାପିଠର ୧୦୦ ରୁ ୮୧ ପାସ କରିଛନ୍ତି ଚାହ୍ନୁ ଚରଣ ସ୍ୱାଇଁ ସର୍ବାଧିକ୫୨୫ ମାର୍କ ରକିଛନ୍ତି । ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପିଠର ୧୨୬ ରୁ ୧୧୨ ପାସ କରିଛନ୍ତି । ନାରାୟଣ ପାଳ ସର୍ବାଧିକ ୫୨୯ ମାର୍କ ରଖିଛନ୍ତି ।ଏନଏସି ହାଇସ୍କୁଲ ୭୮ ରୁ ୪୭ ପାସ କରିଛନ୍ତି । ବିସ୍ମୟ କୁମାର ସାହୁ ସର୍ବାଧିକ ୪୯୩ ମାର୍କ ରଖିଛନ୍ତି ।ଗଣ୍ଡଳା ଗଣେଷ ବିଦ୍ୟାପିଠର ୧୦୮ ରୁ ୮୦ ପାସ କରିଛନ୍ତି । ସାଗର ସାହୁ ସର୍ବାଧିକ ୫୦୨ ମାର୍କ ରଖିଛନ୍ତି ।ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠର ୫୬ ରୁ ୪୮ ପାସ କରିଛନ୍ତି ।ପଲ୍ଲବି ସାହୁ ସର୍ବାଧିକ ୫୩୦ ମାର୍କ ରଖିଛନ୍ତି ।ସାରୁ ହାଇସ୍କୁଲର ୫୧ ରୁ ୩୧ ପାସ କରିଛନ୍ତି । ପୂଜାରାଣୀ ସାହୁ ସର୍ବାଧିକ ୪୮୧ ମାର୍କ ରଖିଛନ୍ତି । ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠର ୯୯ ରୁ ୭୫ ପାସ କରିଛନ୍ତି । ସୁରେଶ ସେଠି ସର୍ବାଧିକ ୫୨୮ ମାର୍କ ରଖିଛନ୍ତି ।ସାପୁଆପଲ୍ଲୀ ହାଇସ୍କୁଲର ୫୨ ରୁ ୩୩ ପାସ କରିଛନ୍ତି ।ଇପିଲି ଣଶ୍ମିତା ସର୍ବାଧିକ ୪୨୦ ମାର୍କ ରଖିଛନ୍ତି ।ଖଣ୍ଡରା ହାଇସ୍କୁଲର ୩୦ ରୁ ୧୮ ପାସ କରିଛନ୍ତି । ଜଗନ୍ନାଥ ସାହୁ ସର୍ବାଧିକ ୫୩୨ ମାର୍କ ରଖିଛନ୍ତି ।ଡ଼ି. ପାଟପୁର ହାଇସ୍କୁଲର ୪୦ ରୁ ୨୨ ପାସ କରିଛନ୍ତି । ମମତା ରାଉତ ସର୍ବାଧିକ ୭୮.୩୩ % ମାର୍କ ରଖିଛନ୍ତି ।ନନ୍ଦିକ ହାଇସ୍କୁଲର ୬୦ ରୁ ୫୦ ପାସ କରିଛନ୍ତି । ଶିବାନି ପାଠି ସର୍ବାଧିକ ୫୦୯ ମାର୍କ ରଖିଛନ୍ତି । ଦୟାପଲ୍ଲୀ ଉଚ୍ଚ ବିଦ୍ୟାଳୟର ୨୩ ରୁ ୮ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଏନ. ମିନାକ୍ଷୀ ସର୍ବାଧିକ ୨୭୦ ମାର୍କ ରଖିଛନ୍ତି ।


