୧୦ରୁ ଈଶାଣୀ ବୈଶାଖୀ ମହୋତ୍ସବର ଅଷ୍ଟମ ସଂସ୍କରଣ

ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଆସନ୍ତା ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଈଶାଣୀ ଉଡ଼ାଯାତ୍ରା ପଡ଼ିଆରେ ଅୟୋଜନ ହେବାକୁ ଯାଉଥିବା ଅଷ୍ଟମ ବାର୍ଷିକ ବୈଶାଖୀ ମହୋତ୍ସବର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ମହୋତ୍ସବ କମିଟି ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବ, ସାରଗାଁ ପଞ୍ଚାୟତର ନାଏବ ସରପଞ୍ଚ ମନ୍ମଥ ମାଝୀ, ପୂର୍ବତନ ସରପଞ୍ଚ ଆଇନଜୀବୀ ରବୀନ୍ଦ୍ର କୁମାର ନାୟକ ଓ ନରେନ୍ଦ୍ର ଦାସ, କମିଟିର ଉପଦେଷ୍ଟା ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ସାଧାରଣ ସଂପାଦକ ଭାଗବତ ସାହୁ, ଉପ-ସଭାପତି ଲକ୍ଷ୍ମୀଧର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ରାଉତ, ସାରିକା କର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ବିଗତ ୭ବର୍ଷ ଧରି ଏହି ଉତ୍ସବ ସଫଳତାର ସହ ଆୟୋଜିତ ହେଉଥିବା ବେଳେ କମିଟି କର୍ମକର୍ତ୍ତାଙ୍କ ଉଦ୍ୟମରେ ଇଶାଣୀ ଉଡ଼ାଯାତ୍ରା ପଡ଼ିଆ ‘ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡିୟମ୍‌’ ଭାବରେ ନାମିତ ହୋଇପାରିଛି । ଏହାର ଉନ୍ନତୀକରଣ ପାଇଁ ରେମୁଣା ବିଧାୟକଙ୍କ ହାତପାଣ୍ଠିରୁ ଦୁଇଥର ମୋଟ ୩ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିପାରିଛି ବୋଲି କମିଟି କର୍ମକର୍ତ୍ତାମାନେ କହିଥିଲେ । ୩୭ ବର୍ଷର ଉଡ଼ାଯାତ୍ରା ତଥା ୫ ଦିନିଆ ବୈଶାଖୀ ମହୋତ୍ସବର ଅଷ୍ଟମ ସଂସ୍କରଣରେ ପ୍ରଥମଥର ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ପୁରୀର ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ ହେବ । ଏହା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତା ସହ ମହିଳାମାନଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି, ଝୋଟି, ମୁରୁଜ ଆଦି ପ୍ରତିଯୋଗିତାର କାର୍ଯ୍ୟକ୍ରମ ରହିଛି । ସେହିପରି ଉତ୍ସବର ଦ୍ୱିତୀୟ ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ଅନ୍ୟତମ ଉପସଭାପତି ସୁରେଶ ଚନ୍ଦ୍ର ମାଝୀ, ପ୍ରଫୁଲ୍ଲ ନାୟକ, ଦୀନବନ୍ଧୁ ଦାସ, ଡମ୍ବରୁଧର ଦାସ, ସନାତନ ବେହେରା, ମମତା ଦାସ, ଜନାର୍ଦ୍ଦନ ବିନ୍ଧାଣୀ, ରମେଶ ବେହେରା, ଅଞ୍ଜନ କୁମାର ଦାସ, ହିମାଂଶୁ ପରିଡ଼ା, ରବୀନ୍ଦ୍ର ମଢ଼ୁଆଳ, ସାମ୍ବାଦିକ ମନୋଜ କୁମାର ବିଶ୍ୱାଳ, ଦୀନବନ୍ଧୁ ବେହେରା, ମଧୁସୂଦନ ନାୟକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ