୧୦ରେ ରିଲିଜ୍ ହେବ ‘ମୁଁ ପରଦେଶୀ ଚଢ଼େଇ’
ଭୁବନେଶ୍ବର: ଆସନ୍ତା ଜାନୁଆରି ୧୦ ତାରିଖରେ ରିଲିଜ୍ ହେଉଛି ନୂଆ ଓଡ଼ିଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’। ଇତିମଧ୍ୟରେ ଏହାର ଦୁଇଟି ପୋଷ୍ଟର ଓ ଅଡିଓ ରିଲିଜ୍ ହୋଇସାରିଛି। ଏଥିରେ ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ଯୋଡ଼ି ଦେଖିବାକୁ ମିଳିବ। ଲଭ୍ ଓ ରୋମାନ୍ସକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ମିହିର ଦାସ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖ ନିଜ ନିଜ ଷ୍ଟାଇଲରେ ଅଭିନୟ କରିଛନ୍ତି। କେ.ମୁରଲୀ କ୍ରିଷ୍ଣା ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି। ପୂର୍ବରୁ ସେ ରଙ୍ଗିଲା ଟୋକା, ଚଉକା ଛକା,କେହି ଜଣେ ଭଲ ଲାଗେରେ,ଗପ ହେଲେ ବି ସତ,ଜଗା ହାତରେ ପଘା, ଅଭୟ,ଅଗସ୍ତ୍ୟ, ବେବି ଓ ଚମ୍ପିଆନ୍ ଆଦି ଫିଲ୍ମରେ ଉଚ୍ଚକୋଟୀର ନିର୍ଦ୍ଦେଶନା ଦେଇସାରିଛନ୍ତି। ତେଣୁ ତାଙ୍କର ଏହି ଫିଲ୍ମଟି ନିଶ୍ଚିତ ଭାବେ ସୁପରହିଟ୍ ହେବ ବୋଲି ଆଶା ବାନ୍ଧିଛନ୍ତି।