୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ,୩ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଅଡବା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରକୁ ଯାଞ୍ଚ କରାଯାଇଥିଲା । କାରରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ହେଉଥିବା ସ୍ୱଷ୍ଟ ହୋଇଥିଲା । ପୋଲିସ କାର୍ ସହ ଗଞ୍ଜେଇକୁ ଜବତ କରି ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ଅଡବା ଥାନାର ଚୁଡଙ୍ଗପୁର ରାସ୍ତାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଓଡି୨୦-୮୧୪୧ ନମ୍ବର ବିଶିଷ୍ଟ ଏକ କାର୍କୁ ଜାଞ୍ଚ କରିଥିଲେ । ଏଥିରେ କାର୍ରୁ ୭୬କିଲୋ ୨୦୦ଗ୍ରାମ ଗଞ୍ଜେଇ ବାହାରି ଥିଲା । ଗଞ୍ଜେଇକୁ ଭୁବନେଶ୍ୱର ଚୋରା ଚାଲାଣ ହେଉଥିବା ସୁଚନା ମିଳିବା ପରେ ପୋଲିସ ଚୋରା ଚାଲାଣକାରୀ ଗଜପତି ଚୁଡଙ୍ଗପୁର ଗ୍ରାମର କିଶୋର ପରିଚ୍ଛା,ସଞ୍ଜିବ ପରିଚ୍ଛା ଓ ରାୟଗଡର ମନନୀତ ମାଳୀକୁ ଗିରଫ କରିଥିଲେ । ଗଞ୍ଜେଇ ସହ କାର୍କୁ ମଧ୍ୟ ପୋଲିସ ଜବତ କରି ଅଡବା ଥାନାରେ ୧୬/୨୦ କେସ ନମ୍ବରରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି,ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ଏହି ସୁଚନା ଦେଇଛନ୍ତି ।


